ଦୁଇ ମାସରେ ଷ୍ଟ୍ରବେରୀ ଦେଲାଣି ଦେଢ଼ ଲକ୍ଷ

ଦାରିଙ୍ଗବାଡି,୨୧ା୨(ଡି.ଏନ.ଏ.): ଓଡ଼ିଶାର କାଶ୍ମୀରକଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ଏବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବଡ଼ ସଫଳତା ଦେଇଛି। ପୂର୍ବେ ବର୍ଷକୁ ରୋଜଗାର ମାତ୍ର ୧୦ ହଜାର ଟଙ୍କା ହେଉଥିବା ବେଳେ ଏବେ ଦୁଇ ମାସରେ ଷ୍ଟ୍ରବେରୀ ଦେଲାଣୀ ଦେଢ଼ଲକ୍ଷ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉକ୍ତ ବ୍ଲକ ଗ୍ରୀନ୍‌ବାଡି ପଞ୍ଚାୟତ କୁତୁବାଡି ଗ୍ରାମରେ ଥିବା ଏଲିଜାବେଥ୍‌ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ। ଜିଲା ପ୍ରଶାସନ ସହାୟତାରେ ମହିଳାମାନେ ୨ ଏକର ଜମିରେ ୨୦ ହଜାର ଚାରା ଲଗାଇ ମାତ୍ର ୨ ମାସରେ ଷ୍ଟ୍ରବେରୀ ଅମଳ କରି ବିକ୍ରି କରିଛନ୍ତି। ଏଥିପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡିନି ବରଂ ଚାଷଜମିରେ ଶ୍ରମିକ ଭାବେ କାମ କରି ଏମ୍‌ଜିଏନ୍‌ଆରଇଜିଏସ୍‌ରୁ ପ୍ରାପ୍ୟ ପ୍ରାୟ ୧ ଲକ୍ଷ ୧୫ହଜାର ପାଇଛନ୍ତି। ଏହି ଚାଷ ଗତ ନଭେମ୍ବରରେ ଆରମ୍ଭ କରି ଜାନୁୟାରୀରେ ଷ୍ଟ୍ରବେରୀ ଫଳ ବିକ୍ରି ଆରମ୍ଭ ହୋଇଥିଲା। ଚଳିତ ମାସ ସୁଦ୍ଧା ପ୍ରାୟ ଦେଢ଼ଲକ୍ଷ ଟଙ୍କାର ବିକ୍ରି ସାରିଥିବା ବେଳେ ଆହୁରି ଷ୍ଟ୍ରବେରୀ ଅମଳ ହେଉଛି, ଯାହାକି ଦ୍ବିଗୁଣିତ ବିକ୍ରି ଲକ୍ଷ୍ୟ ରଖାଯାଇଥିବା ମହିଳା ଗୋଷ୍ଠୀର ସମ୍ପାଦିକା ରେଣୁକା ପ୍ରଧାନ କହିଛନ୍ତି। ଏବେ ଦାରିଙ୍ଗବାଡ଼ିରେ ଏହି ଚାଷ ସଫଳତାର ସହ ହୋଇପାରିଥିବାରୁ ଆହୁରି ଏକାଧିକ ଚାଷୀଙ୍କୁ ଏହି ଷ୍ଟ୍ରବେରୀ ଚାଷ କରିବାକୁ ପ୍ରୋତ୍ସାହନ ଦେବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ମହିଳାମାନେ ଦାରିଙ୍ଗବାଡିର ଚାରିଛକ, କଫି ବଗିଚା ସମ୍ମୁଖ ଏବଂ ଷ୍ଟ୍ରବେରୀ ଚାଷ ଜମି ସମ୍ମୁଖରେ ଷ୍ଟଲ କରି ବିକ୍ରି କରୁଛନ୍ତି। ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକମାନେ ଷ୍ଟ୍ରବେରୀ ଚାଷକୁ ବୁଲି ଦେଖିବା ସହ ଏହାକୁ କିଣି ନେଉଛନ୍ତି। ଷ୍ଟ୍ରବେରୀ ଚାଷ ଏବେ ସଫଳତା ଦେବା ପରେ ପ୍ରଶାସନ ଆଉ ଏକ ନୂଆ ଚାଷ ଡ୍ରାଗନ କରିବାକୁ ଯୋଜନା କରିବା ସହ କ୍ଷେତ୍ର ପ୍ରସ୍ତୁତି ଚଳାଇଛି, ଅନୁଦାନ ଆସିଲେ ଏହି ଚାଷ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ପ୍ରକାଶ ଯେ, ଏହି ଚାଷ ପାଇଁ ଜିଲା ଉଦ୍ୟାନ ବିଭାଗ ସମେତ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସହାୟତା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ରଙ୍କ ହୁମ୍ମା ରେଳ ଷ୍ଟେଶନ ଗ୍ରସ୍ତ, ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri