ଏଇ ଭାରତରେ

ମାତ୍ର ୧୦ ବର୍ଷ ବୟସରେ ବ୍ୟବସାୟୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଭଦୋଦରାର ରେନାଶ ଦେଶାଇ। ରେନାଶ ‘ଏନସୋ ସୁଜ୍‌ ଷ୍ଟାର୍ଟଅପ’ ଗଠନ କରି ତା’ ମାଧ୍ୟମରେ ଷ୍ଟାଇଲିଶ ଜୋତା ତିଆରି କରି ବିକ୍ରି କରୁଛନ୍ତି। ବଡ଼କଥା ହେଉଛି ସେ ତାଙ୍କ ବିଜ୍‌ନେସରୁ ଯାହା ରୋଜଗାର କରୁଛନ୍ତି ତାହାର ୪୦% ଅସହାୟ ଲୋକଙ୍କୁ ଦାନ କରୁଛନ୍ତି। ଥରେ ଏକ ଷ୍ଟାଇଲିଶ ଜୋତା ଦେଖି ତାହାକୁ କିଣିବା ଲାଗି ଇଣ୍ଟର୍‌ନେଟରେ ଖୋଜିବା ପରେ ତାହା ପାଇ ନ ଥିଲେ। ପରେ ସେଭଳି ଜୋତା କେମିତି ତିଆରି କରାଯାଉଛି ତାହା ଜାଣିବା ଲାଗି ୟୁଟ୍ୟୁବରୁ ଶିକ୍ଷା କରି ନିଜ ପାଇଁ ଏକ ଭଲ ଜୋତା ତିଆରିି କରିପାରିଲେ। ପ୍ରଥମ ଜୋତା ତିଆରି କରିବା ପରେ ତାହା ତାଙ୍କ ସମ୍ପର୍କୀୟ ତଥା ପରିବାର ଲୋକଙ୍କୁ ପସନ୍ଦ ହୋଇଥିଲା ଓ ସେମାନେ ଏଭଳି ଜୋତା ସେମାନଙ୍କ ପାଇଁ ତିଆରି କରିବାକୁ ଅର୍ଡର ଦେଇଥିଲେ। ପରେ ଅଧିକ ତିଆରି କରି ଭଦୋଦରାର ଏକ ବିଜ୍‌ନେସ ମେଳାକୁ ଗଲେ ରେନାଶ। ଫଳରେ ତାଙ୍କ ନିକଟକୁ ଅଧିକରୁ ଅଧିକ ଅର୍ଡର ଆସିବାକୁ ଲାଗିଲା। ପରେ ରେନାଶଙ୍କ ବଡ଼ଭାଇ ତାଙ୍କୁ ଜୋତା ତିଆରିରେ ସହଯୋଗ କରୁଛନ୍ତି। ସେମାନେ ପଢ଼ା ଭିତରୁ ସମୟ ବାହାର କରି ଏବେ ସୁଦ୍ଧା ଦୁଇଭାଇ ୫୦ଟି ଅର୍ଡର ଅନୁଯାୟୀ ଜୋତା ବିକ୍ରି କରିସାରିଲେଣି। ତାଙ୍କ ଜୋତାର ମୂଲ୍ୟ ୨,୧୦୦ ଟଙ୍କାରୁ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri