ଏଇ ଭାରତରେ

ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ବର ସହ ଆମଦେଶର କନ୍ୟାଙ୍କ ବାହାଘର ହେଉଛି। କିଛିଦିନ ଦାମ୍ପତ୍ୟ ଜୀବନ କଟିବା ପରେ ଉଭୟ ଅଲଗା ହୋଇଯାଉଛନ୍ତି। ଏନ୍‌ଆର୍‌ଆଇ ବର ତାଙ୍କ ସ୍ତ୍ରୀକୁ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଜୀବନ ସହ ସଂଘର୍ଷ କରୁଥିବା ଏଭଳି ନାରୀମାନଙ୍କ ମଧ୍ୟରେ ସତଓ୍ବିନ୍ଦର କୌର ଜଣେ। କେବଳ କୌର ନୁହନ୍ତି ପଞ୍ଜାବ ଓ ହରିୟାଣାରୁ ଏଭଳି ୬,୦୦୦ରୁ ଅଧିକ ମହିଳାଙ୍କ ଅଭିଯୋଗ କେନ୍ଦ୍ର ସରକାର ଗ୍ରହଣ କରିସାରିଲେଣି। କୌର ତାଙ୍କ ଏନ୍‌ଆର୍‌ଆଇ୍‌ ସ୍ବାମୀଙ୍କ ଦ୍ୱାରା ପ୍ରତାରିତ ହେବା ପରେ ‘ଅବ ନହି ସୋସିଆଲ ଓ୍ବେଲ୍‌ଫେୟାର ସୋସାଇଟି’ ଗଠନ କରି ତାଙ୍କ ଭଳି ଅନେକ ସ୍ବାମୀ ପରିତ୍ୟକ୍ତାଙ୍କ ଜୀବନରେ ସୁଧାର ଆଣିବାରେ ଲାଗିଛନ୍ତି। କୌର ରହୁଛନ୍ତି ପଞ୍ଜାବର ଲୁଧିଆନାରେ। ତାଙ୍କ ବୟସ ୪୧। ଏବେ ସୁଦ୍ଧା ସେ ୫୦୦ରୁ ଅଧିକ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ସାହାଯ୍ୟ କରିସାରିଲେଣି। ଏବେ ତାଙ୍କ ସୋସାଇଟି ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ପାରବାରିକ ଜୀବନର ସମାଧାନ କରିବା ସହ ଆବଶ୍ୟକ ସ୍ଥଳେ ବୈଧ ଛାଡ଼ପତ୍ରର ବ୍ୟବସ୍ଥା କରୁଛନ୍ତି। ଆଇନଗତ ସହଯୋଗ ମଧ୍ୟ ଯୋଗାଇ ଦେଉଛନ୍ତି।