ଏଇ ଭାରତରେ

ସବୁ କାର୍ଯ୍ୟ ପାଇଁ ସରକାରଙ୍କ ଉପରେ ନିର୍ଭର ନ କରି ନିଜସ୍ବ ଉଦ୍ୟମରେ ତାହାକୁ ଏକ ନୂତନ ରୂପ ଦେଇଛନ୍ତି ସିଭିଲ୍‌ ସର୍ଭିସ୍‌ ଅଧିକାରୀମାନେ। ଅରୁଣାଚଳପ୍ରଦେଶର ଏହି ଅଧିକାରୀମାନେ ‘ପ୍ରୋଜେକ୍ଟ ୩୭’ ମାଧ୍ୟମରେ ଜରାଜୀର୍ଣ୍ଣ ସ୍କୁଲ, ଲାଇବ୍ରେରି, ରାସ୍ତା ଓ ସାଇନ୍‌ପୋଷ୍ଟଗୁଡ଼ିକୁ ମରାମତି କରୁଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବାପରେ ସେମାନେ ଏଭଳି କାର୍ଯ୍ୟ କରୁଛନ୍ତି। ଆଇଏଏସ୍‌ ଅଫିସର ଟୁଡକ୍‌ଙ୍କ ନେତୃତ୍ୱରେ ଏହା କରାଯାଇଛି। ସେ ପ୍ରଥମେ ତାଙ୍କ ଚେଷ୍ଟାରେ ହେଡ୍‌କ୍ୱାର୍ଟରଠାରୁ ୩୬ କିମି ଦୂର ଏକ ସ୍କୁଲର ମରାମତି କରିଥିଲେ। ଏଥିରେ ଯେଉଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ତାହାକୁ ଟୁଡକ୍‌ ଏବଂ ତାଙ୍କ କ୍ୟାଡରର ବ୍ୟାଚ୍‌ମେଟମାନେ ହିଁ ଦେଇଥିଲେ। ଏହାପରଠାରୁ ସେମାନେ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ପ୍ରୋଜେକ୍ଟ ୩୭’ ଆରମ୍ଭ କରିଥିଲେ। ଅଧିକାରୀମାନେ ଅରୁଣାଚଳପ୍ରଦେଶରେ ନିଯୁକ୍ତି ପାଇବା ପରେ ଉନ୍ନୟନମୂଳକ କାର୍ଯ୍ୟ ଲାଗି ପାଣ୍ଠିର ଅଭାବ ହେଉଥିବାରୁ ସେମାନେ ଏଭଳି ଏକ ଯୋଜନା କରିଛନ୍ତି ବୋଲି କହନ୍ତି ଟୁଡକ୍‌। ‘ପ୍ରୋଜେକ୍ଟ ୩୭’ ମାଧ୍ୟମରେ ସେମାନେ ମାସକୁ ୧୫୦୦ ଟଙ୍କା ଜମା କରୁଛନ୍ତି ଓ ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟୁଛି। ପରେ ଏହାକୁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟୟ କରୁଛନ୍ତି। ସେମାନେ ୨ ମାସରେ ଥରେ ନିଜ ଅଞ୍ଚଳରେ ଥିବା ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକୁ ଲଟେରି ଦ୍ୱାରା ଚୟନ କରୁଛନ୍ତି ଓ କେଉଁ କାର୍ଯ୍ୟ ପ୍ରଥମେ କରାଯିବ ତାହାର ନିଷ୍ପତ୍ତି ନେଇଛନ୍ତି ଅଧିକାରୀମାନେ ଭୋଟିଂ ପଦ୍ଧତିରେ। ଏଭଳି କାର୍ଯ୍ୟକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ବି ଏଥିପାଇଁ ଆର୍ଥତ୍କ ସହାୟତା ଦେଉଛନ୍ତି। ଯେଉଁ କାର୍ଯ୍ୟଶେଷ ହେଉଛି ସେଠାରେ (ସ୍କୁଲ କିମ୍ବା ରାସ୍ତାକଡ଼) ଲୋକମାନେ ଗଛ ଲଗାଇବା ସହ ସେହି ଜାଗାକୁ ସଫା କରୁଛନ୍ତି। ଏବେ ସିଭିଲ୍‌ ସର୍ଭିସ ଅଧିକାରୀମାନେ ଏକ ଗାଲର୍‌ସ ହଷ୍ଟେଲ୍‌ର ମରାମତି ତଥା ପିଲାମାନଙ୍କ ପାଇଁ କମ୍ପ୍ୟୁଟର କିଣିବା ଭଳି କାର୍ଯ୍ୟ ହାତକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri