ଏଇ ଭାରତରେ

ପୂର୍ବେ ପିଲାମନେ କାଠ ଖେଳନାକୁ ବେଶି ଭଲ ପାଉଥିଲେ। ଏହା ତାଙ୍କ ମାନସିକ ବିକାଶରେ ପ୍ରମୁଖ ଭୂମିକା ନେଉଥିଲା। କିନ୍ତୁ ପ୍ଲାଷ୍ଟିକ ଖେଳନା ଆସିବା ପରେ କାଠ ଖେଳନାର ଚାହିଦା କମିଛି। ଅପରପକ୍ଷେ ପ୍ଲାଷ୍ଟିକ ଖେଳନା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ନକାରାମତ୍କ ପ୍ରଭାବ ପକାଉଛି। ଏଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ସେମାନଙ୍କ ମାନସିକ ଦକ୍ଷତା ବୃଦ୍ଧି କରିବା ଲାଗି ପୁଣେର ଦୁଇ ସ୍ଥପତି ପ୍ରିୟଙ୍କା ମନଗାଁଓକର ବୈଦ୍ୟ ଏବଂ ଅଜୟ ବୈଦ୍ୟ ପରିବେଶ ଉପଯୋଗୀ ଖେଳନା ତିଆରି କରୁଛନ୍ତି। ଉଚ୍ଚବେତନର ଚାକିରି କରିବା ପରିବର୍ତ୍ତେ ଏମାନେ ପିଲାମାନଙ୍କ ପାଇଁ କାଠ ଖେଳନା ତିଆରି କରିବାକୁ ପସନ୍ଦ କରିଛନ୍ତି। ସେମାନେ ପରମ୍ପରିକ କାରିଗରମାନଙ୍କ ଦ୍ୱାରା ପରିବେଶ ଉପଯୋଗୀ କାଠ ଓ ଲାଖ ବ୍ୟବହାର କରି ଏହା ତିଆରି କରୁଛନ୍ତି। ସେଥିରେ କେବଳ ଉଦ୍ଭିଦରୁ ପ୍ରସ୍ତୁତ ଜୈବ ରଙ୍ଗ ବ୍ୟବହାର ହେଉଛି। ସେମାନେ ୨୦୨୧ରେ ‘ଟୟ ଟ୍ରଙ୍କ’ ଷ୍ଟାର୍ଟଅପ ଆରମ୍ଭ କରି ତା’ ମାଧ୍ୟରେ ଏହି ଖେଳନା ତିଆରି କରୁଛନ୍ତି। ମୁଖ୍ୟତଃ ପିଲାମାନଙ୍କ ପାଇଁ କାଠରେ କିଚେନ ସେଟ୍‌ ଠାରୁ ଆରମ୍ଭ କରି ଅନ୍ୟ ସବୁ ପ୍ରକାର ଖେଳନା ତିଆରି କରାଯାଉଛି। ଏବେ ଏହି କାର୍ଯ୍ୟରେ ୩୦ ଜଣ କାରିଗର ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ୨୪ ପ୍ରକାର ଖେଳନା ପ୍ରସ୍ତୁତ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri