ଏଇ ଭାରତରେ

ବାୟୁ ପ୍ରଦୂଷଣ ରୋକିବା ସହ ବିଶ୍ୱତାପନ ନିୟନ୍ତ୍ରଣକରି ଏକ ସହନୀୟ ବିଶ୍ୱ ପ୍ରତିଷ୍ଠା କରିବା ପାଇଁ ବୈଦ୍ୟୁତିକ ଯାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବହୁ କମ୍ପାନୀ ସେମାନଙ୍କ ଜ୍ଞାନକୌଶଳ ଉପଯୋଗ କରୁଥିବା ସମୟରେ ବେଙ୍ଗାଲୁରୁର ଷ୍ଟାର୍ଟଅପ୍‌ ଅଲ୍‌ଟିଗ୍ରୀନ୍‌ ୧୫ ମିନିଟ୍‌ରେ ଚାର୍ଜ ହେଉଥିବା ତିନିଚକିଆ ଯାନ ଭେଟିିଦେଇଛି। ଅଲ୍‌ଟିଗ୍ରୀନ୍‌ର ପ୍ରତିଷ୍ଠାତା ଡ. ଅମିତାଭ ସରନ ଓ ସହ ପ୍ରତିଷ୍ଠାତା ହେଉଛନ୍ତି ଅରୁଣ ବିନାୟକ। ଏହା ବିଶ୍ୱରେ ସବୁଠୁ ଶୀଘ୍ର ଚାର୍ଜ ହେଉଥିବା ଯାନ। ଥରେ ଚାର୍ଜ ହେଲେ ଏହା ଘଣ୍ଟାକୁ ୮୦-୮୫ କି.ମି. ଯାଇପାରୁଛି। ବ୍ୟାଟେରିର ଓ୍ବାରେଣ୍ଟି ୫ ବର୍ଷ କିମ୍ବା ୧.୫୬ ଲକ୍ଷ କି.ମି. ରଖାଯାଇଛି। ଉକ୍ତ ତିନିଚକିଆ ଯାନର ମୂଲ୍ୟ ୩ ଲକ୍ଷ ୫୫ ହଜାର ଟଙ୍କା । ଏବେ ସୁଦ୍ଧା ବେଙ୍ଗାଲୁରୁରେ ଏହି ଯାନ ପାଇଁ ୨୦ଟି ଚାର୍ଜିଂ ଷ୍ଟେଶନ କରାଯାଇଛି। ଚଳିତ ମାସ ସୁଦ୍ଧା ୧୦ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦୦ଟିର ଯୋଜନା କରାଯାଇଛି ବୋଲି କହନ୍ତି ବିନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri