ଏଇ ଭାରତରେ

ମଧ୍ୟପ୍ରଦେଶର ଖପରଖେଦା ଗାଁର ମହିଳା ଚାଷୀ ଲକ୍ଷ୍ମୀ ପରଟେ ନିଜେ ଚାଷ କରିବା ସହ ୬ଟି ଗାଁର ଚାଷୀମାନଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ପ୍ରୋତ୍ସାହିତ କରିପାରିଛନ୍ତି। ଲକ୍ଷ୍ମୀ ୨୦୧୬ର ଶେଷ ଭାଗରେ ଚାଷ ଆରମ୍ଭ କରିଥିଲେ। ସେ କେବଳ ଟମାଟୋ ଚାଷ କରି ପ୍ରଚୁର ଉତ୍ପାଦନ କରୁଛନ୍ତି। ସେ ଏଥିରେ କୌଣସି ରାସାୟନିକ ସାର, କୀଟନାଶକ ପ୍ରୟୋଗ କରୁନାହାନ୍ତି। ଲକ୍ଷ୍ମୀଙ୍କ ସହଯୋଗରେ ଏବେ ୬ଟି ଗାଁର ଚାଷୀମାନେ ୧୨୫ ଏକର ଜମିରେ ଜୈବିକ ପଦ୍ଧତିରେ ଟମାଟୋ ଚାଷ କରୁଛନ୍ତି। ୧ ଏକରରେ ଯେତିକି ଟମାଟୋ ଫଳିବା କଥା ତା’ଠାରୁ ୩୦ % ଅଧିକ ଫଳାଉଛନ୍ତି। ଏହି ଟମାଟୋ ବେଶିଦିନ ରହିପାରୁଛି,ବଜାରରେ ଏହାର ଚାହିଦା ବି ଅଧିକ। ଲକ୍ଷ୍ମୀ ଶସ୍ୟବର୍ଜ୍ୟରୁ ଖତ ପ୍ରସ୍ତୁତ କରି ପ୍ରୟୋଗ କରିବା ସହ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ତାହା ଉପଯୋଗ କରିବାେରେ ସାହାଯ୍ୟ କରୁଛନ୍ତି। ଚାଷ ଲଗି ଜୈବିକ ଖତ ପ୍ରସ୍ତୁତ କରିବା ଓ ବିଭିନ୍ନ ଗଛପତ୍ର ମିଶ୍ରଣରେ ଜୈବିକ କୀଟନାଶକ ତିଆରି କରିବାର ଉପାୟ ସମ୍ପର୍କରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri