ଏଇ ଭାରତରେ

ଅଦରକାରୀ ପାର୍ଟଗୁଡ଼ିକରେ ନିର୍ମିତ ଏକ ବିଦ୍ୟୁତ୍‌ ଚାଳିତ ବାଇକ୍‌ରେ ୬ ଜଣ ବସି ଆରାମରେ ଯାଇପାରୁଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଉତ୍ତରପ୍ରଦେଶ ଆଜମଗଡ଼ ନିବାସୀ ଅସଦ ଅବଦୁଲ୍ଲା ଏହାର ନିର୍ମାତା। ଅସଦ ଏବେ ଆଇଆଇଟି ଛାତ୍ର। କୃଷକ ପରିବାରର ପିଲା ହୋଇଥିବାରୁ ତାଙ୍କୁ ବହୁ କାର୍ଯ୍ୟ ବାଇକ୍‌ରେ କରିବାକୁ ପଡ଼େ। ହେଲେ ବର୍ଦ୍ଧିତ ପେଟ୍ରୋଲ ଦର ଓ ପରିବେଶ ଉପରେ ଉକ୍ତ ଇନ୍ଧନର ପ୍ରଭାବ ଅସଦଙ୍କୁ ଇଲେକ୍ଟ୍ରିକ୍‌ ମୋଟର ସାଇକେଲ ନିର୍ମାଣ କରିବାକୁ ପ୍ରେରିତ କରିଥିଲା। ସବୁଠୁ ବଡ଼ କଥା ହେଉଛି ସେ ବାଇକ୍‌ର ସବୁ ପାର୍ଟ କବାଡିଆ ଦୋକାନରୁ ଯୋଗାଡ଼ କରି ଗୋଟିଏ ମାସରେ ଏହାକୁ ନିର୍ମାଣ କରିଛନ୍ତି। ମୋଟରେ ଏହି ବାଇକ୍‌ ନିର୍ମାଣରେ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଥରେ ଚାର୍ଜ ହେଲେ ଏହା ୧୫୦ କି.ମି. ଯାଉଛି ଓ ଗ୍ରାମାଞ୍ଚଳ ରାସ୍ତା ଲାଗି ପୂରା ଉପଯୋଗୀ ବୋଲି କହନ୍ତି ଅସଦ। ଅସଦଙ୍କୁ ୮ ବର୍ଷ ହୋଇଥିବାବେଳେ ଏକ ରିମୋଟ୍‌ ଚାଳିତ ଖେଳନା କରିଥିଲେ। ସେବେଠାରୁ କିଛି ନୂଆ ଚିନ୍ତା କରିଆସୁଥିଲେ। ଏବେ ଏହି ବିଦ୍ୟୁତ୍‌ଚାଳିତ ବାଇକ୍‌ ନିର୍ମାଣ କରିବା ପରେ ସେ ସୋଲାରଚାଳିତ ଯାନ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri