ଏଇ ଭାରତରେ

କମ୍‌ ବୟସରେ ସ୍ୱାମୀଙ୍କୁ ହରାଇବା ପରେ ଧୈର୍ଯ୍ୟହରା ନ ହୋଇ ଜଣେ ଜୀବନରେ କିଭଳି ସଶକ୍ତ ହୋଇପାରନ୍ତି ତାହାର ବଳିଷ୍ଠ ଦୃଷ୍ଟାନ୍ତ ହେଉଛନ୍ତି ଗୁଣ୍ଟର ନିବାସୀ କୋଣ୍ଡା ଉଷାରାଣୀ। ନୁଟାକି ଗାଁରେ ଜନ୍ମିତ କୋଣ୍ଡା ୧୦ମ ଶ୍ରେଣୀରୁ ଫାଠ ଛାଡ଼ି ଦେଇଥିଲେ ଓ ୧୭ ବର୍ଷ ବୟସରେ ବିବାହ କରିଥିଲେ। ବିବାହର ତିନି ବଷ ମଧ୍ୟରେ ସେ ଦୁଇ ପୁତ୍ର ସନ୍ତାନ ଜନନୀ ହେବା ପରେ ତାଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁଘଟିଥିଲା। କୋଣ୍ଡା ଘର ଚଲାଇବା ଓ ଭବିଷ୍ୟତରେ ପିଲାଙ୍କୁ ପଢାଇବା ଲାଗି ସେ ଜୈବିକ ପଦ୍ଧତିରେ ପ୍ରଥମେ ହଳଦୀ ଚାଷ କରିଥିଲେ। ପରେ ବିଭିନ୍ନ ଚାଷ କରିବା ସହ ଜୈବିକ ଖତ ତିଆରି କଲେ। ଏବେ ସେ ଜୈବିକ ଖତ, ମଞ୍ଜି ଓ କୀଟନାଶକ ଚାଷୀମାନଙ୍କୁଳ କମ୍‌ ମୂଲ୍ୟରେ ବିକ୍ରି କରୁଛନ୍ତି। କେବଳ ଏତିକି ନୁହେଁ, ସେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଜୈବିକ ଚାଷ ପ୍ରତି ଆକୃଷ୍ଟ କରିବା ସହ ସେମାନଙ୍କ ଜୈବିକ ଉତ୍ପାଦକୁ ବିକ୍ରି କରାଇବାରେ ସହଯୋଗ କରୁଛନ୍ତି।