ଏଇ ଭାରତରେ

ଦେଶୀ ଧାନ ଚାଷକୁ ବଞ୍ଚାଇ ରଖିବା ପାଇଁ କେରଳର ଚେରୁଭାୟାଲ ରମନଙ୍କ ପ୍ରୟାସ ପ୍ରଶଂସନୀୟ। ରମନଙ୍କ ବୟସ ଏବେ ୭୨। ପରିଣତ ବୟସରେ ବି ସେ ଧାନ ଚାଷରେ ପୂରା ସକ୍ରିୟ। ଦୀର୍ଘ ୨୦ ବର୍ଷ ସେ ଦେଶୀ ଧାନ ଚାଷରେ କଟାଇ ସାରିଲେଣି ଓ ଏହି ସମୟ ମଧ୍ୟରେ ୫୪ କିସମର ଧାନ ବିହନ ସଂରକ୍ଷଣ କରିବାରେ ସକ୍ଷମ ହୋଇପାରିଛନ୍ତି। ଓ୍ବାୟନାଡାରେ କୁରୁଚିୟା ଆଦାବାସୀ ସମ୍ପ୍ରଦାୟର ରମନ ୨୦୦୦ରେ ପ୍ରଥମେ ଦେଢ଼ ଏକର ଜମିରେ ଦେଶୀ ଧାନ ଚାଷ କରିବା ଆରମ୍ଭ କରିଥିଲେ। ଏବେ ସେ ୪୦ ଏକର ଜମିରେ ଧାନ ଚାଷ କରୁଛନ୍ତି। ବଡ଼ କଥା ହେଉଛି, ସେ ବିଭିନ୍ନ କିସମର ବାସନା ଦେଶୀ ଧାନ ବିହନ ସଂରକ୍ଷଣ କରିପାରିଛନ୍ତି। ସବୁ ବିହନକୁ ସେ ତାଙ୍କ ୧୫୦ ବର୍ଷର ପୁରୁଣା ପୈତୃକ ମାଟିଘରେ ସାଇତି ରଖୁଛନ୍ତି। ରମନ ଏହି ଧାନ ବିହନକୁ ବିକ୍ରି ନ କରି ଚାଷୀମାନଙ୍କୁ ଏକ ସର୍ତ୍ତରେ ଉଧାର ଦେଉଛନ୍ତି। ଯେଉଁମାନେ ତାଙ୍କଠାରୁ ଧାନ ବିହନ ନେଉଛନ୍ତି ସେମାନେ ଅମଳ ପରେ ସେହି ପରମାଣର ଧାନ ବିହନ ରମନଙ୍କୁ ଫେରାଉଛନ୍ତି। ରମନଙ୍କ ଦେଶୀ ଧାନ ଚାଷ ଦେଖିବା ଲାଗି ଦେଶ ବିଦେଶରୁ ବହୁ ଲୋକ ତାଙ୍କ କ୍ଷେତକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri