ଏଇ ଭାରତରେ

ବଗିଚା କହିଲେ ଘର ଅଗଣା, କିନ୍ତୁ ଫଳୁଛି ବ୍ରାଜିଲର ୨୫୦ ପ୍ରକାର ଫଳ। ଅଗଣାରେ ଏଭଳି ଚାଷକରି ଅନ୍ୟମାନଙ୍କୁ ବାଟ ଦେଖାଇଛନ୍ତି କେରଳର ପରେଶ ଜନାନ୍‌। ପରେଶ ରହୁଛନ୍ତି ଥ୍ରିଶୂରରେ। ସେ ଫେସ୍‌ବୁକ୍‌ ଭିଡିଓ ପ୍ରେରିତ ହୋଇ ଏହି ବିଦେଶୀ ଫଳ ଚାଷକରି ସଫଳ ହୋଇପାରିଛନ୍ତି। ଏ କ୍ଷେତ୍ରରେ ଉଲ୍ଲେଖ କରାଯାଇଥିବା ‘ଫ୍ରୁଟାସ ନୋ ବ୍ରାଜିଲ’ ପୁସ୍ତକରୁ ବ୍ରାଜିଲର ୯୫୦ ପ୍ରକାର ଫଳ ସମ୍ପର୍କରେ ପଢ଼ିବା ପରେ ୨୦୧୪ରେ ସେ ଏହି ଚାଷ ଆରମ୍ଭ କରିଥିଲେ। ପରେଶ ପ୍ରଥମେ ବ୍ରାଜିଲିଆନ ଗ୍ରେପ୍‌ ଟ୍ରି ଲଗାଇବା ପରେ ଅନ୍ୟ କିସମ ସଂଗ୍ରହ କରିଥିଲେ। ଗଛରେ ପାଣି ଦେବାଠାରୁ ଆରମ୍ଭକରି ଅନ୍ୟାନ୍ୟ କାର୍ଯ୍ୟରେ ପରେଶଙ୍କ ମା’ ତାଙ୍କୁ ସାହାଯ୍ୟ କରୁଛନ୍ତି। ଏହି ଫଳଗୁଡ଼ିକରୁ ସେ ୨୦ ପ୍ରକାର ଜାମ୍‌ ପ୍ରସ୍ତୁତ କରୁଛନ୍ତି ଓ ଏଥିରୁ ଭଲ ଲାଭ ମଧ୍ୟ ପାଉଛନ୍ତି।