ଏଇ ଭାରତରେ

ପରିବେଶକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ କରିବାରେ କେରଳର ଇଞ୍ଜିନିୟର ବିଟ୍ଟୁ ଜନ୍‌ କାଲିଗାଲ୍‌ଙ୍କ ଅଭିନବ ପଦ୍ଧତି ବେଶ୍‌ ପ୍ରେରଣାଦାୟକ। କାଲିଗାଲଙ୍କ ବୟସ ୩୩ ଓ ସେ ଏମ୍‌.ଟେକ୍‌ କରିଛନ୍ତି। ସେ ୭ରୁ ୯ଟି ଗ୍ରୀନ୍‌ ସବ୍‌ ଅର୍ଥାତ୍‌ ବର୍ଜ୍ୟଶୂନ୍ୟ ଗ୍ରୋସେରି ଶପ୍‌ ବା ତେଜରାତି ଦୋକାନ ଖୋଲି ପ୍ଲାଷ୍ଟିକ ବର୍ଜ୍ୟ ହ୍ରାସ କରୁଛନ୍ତି। କାଲିଗାଲ ରହୁଛନ୍ତି ଏର୍ନାକୁଲମ୍‌ରେ। ସେ ୟୁରୋପ ଗସ୍ତରେ ଯାଇଥିବା ସମୟରେ ବହୁ ‘ଗ୍ରୀନ ଶପ୍‌’ ବା ସବୁଜ ଦୋକାନ ଦେଖିବାକୁ ପାଇଥିଲେ। ସେଠାରୁ ଫେରିବା ପରେ କାଲିଗାଲ୍‌ ଏର୍ନାକୁଲମ୍‌ରେ ସମାନ ପ୍ରକାର ଦୋକାନ ଖୋଲି ବିନା ପ୍ଲାଷ୍ଟିକ ବ୍ୟବହାରରେ ସବୁ ଗ୍ରୋସେରି ଜିନିଷ ବିକ୍ରି କରୁଛନ୍ତି। ଯେଉଁମାନେ ଜିନିଷ ନେବା ପାଇଁ ବ୍ୟାଗ କିମ୍ବା କିଛି ପାତ୍ର ଆଣୁଛନ୍ତି ସେମାନଙ୍କୁ ୨% ରିିହାତି ଦେଉଛନ୍ତି। ଅନେକ ଦୋକାନରୁ କାଚ ପାତ୍ର କିମ୍ବା ପେପର ବ୍ୟାଗ୍‌ ଟଙ୍କା ପଇଠ କରି ସେଥିରେ ଜିନିଷ ନେଉଛନ୍ତି ଓ ତାହାକୁ ପୁଣି ଜିନିଷ କିଣିବାକୁ ଆସିଲେ ଫେରାଉଛନ୍ତି ଓ ପଇଠ ଟଙ୍କା ଫେରସ୍ତ ପାଉଛନ୍ତି। ପ୍ରତିଦିନ ୩୦୦ ଗ୍ରାହକ ତାଙ୍କ ଦୋକାନରୁ ଜିନିଷ ନେଉଛନ୍ତି।