ଏଇ ଭାରତରେ

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଓ ତାଙ୍କ ସାଥୀଙ୍କୁ ତିନିବର୍ଷ ଜେଲ୍‌ଦଣ୍ଡ ପରେ ସ୍ତ୍ରୀ ଫେରିବା ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶର କୌଶୀର ବାସିନ୍ଦା ଆରତୀ ଦୌସର ମେହନ୍ଦୀପୁର ବାଲାଜୀରେ ରହୁଥିଲେ। ସେ ଛୋଟମୋଟ କାମ କରୁଥିଲେ। ସେଠାରେ ସେ ସୋନୁ ସାଇନିଙ୍କୁ କୋର୍ଟରେ ବିବାହ କରିଥିଲେ। ବିବାହର କିଛିଦିନ ପରେ ଆରତୀ ନିଖୋଜ ହୋଇଯାଇଥିଲେ। ଆରତୀ ନିଖୋଜ ହେବାର କିଛିଦିନ ପରେ ବୃନ୍ଦାବନର ଏକ କେନାଲରେ ଜଣେ ଅଜ୍ଞାତ ମହିଳାଙ୍କ ମୃତଦେହ ମିଳିଥିଲା। ପରିଚୟ ଅଭାବରୁ ପୋଲିସ ମୃତଦେହକୁ ସଂସ୍କାର କରିଥିଲା। କିନ୍ତୁ ଆରତୀଙ୍କ ପିତା ପୋଲିସ ଷ୍ଟେଶନକୁ ଯାଇ ଫଟୋଗ୍ରାଫ ଏବଂ ପୋଷାକ ଆଧାରରେ ଦାବି କରିଥିଲେ ଯେ ମୃତ ମହିଳା ତାଙ୍କ ଝିଅ ଆରତୀ। ପରେ ଆରତୀଙ୍କ ପିତା ୨୦୧୫ରେ ସୋନୁ ଏବଂ ତାଙ୍କ ସାଥୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଥିଲା। ସେମାନେ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ଜେଲରେ ରହି ଜାମିନରେ ଆସିଥିଲେ। ଜାମିନରେ ଆସିବା ପରେ ସେମାନେ ଆରତୀଙ୍କୁ ଦୌସାରର ବିଶାଲା ଗ୍ରାମରେ ଜୀବନ୍ତ ଦେଖିବାକୁ ପାଇଥିଲେ। ପରେ ପୋଲିସକୁ ଖବର ପାଇ ଆରତୀକୁ ଉଦ୍ଧାର କରିଛି।