ଏଇ ଭାରତରେ

ବର୍ଜ୍ୟ କାଗଜର ପୁନଃ ଉପଯୋଗ କରି କଶ୍ମୀର ହସ୍ତକଳାକୁ ଏକ ନୂଆ ମୋଡ଼ ଦେବାରେ ଲାଗିଛନ୍ତି ଡିଜାଇନର ବୁର୍‌ହାନ ଖାଦିବ୍‌। ସେ ବର୍ଜ୍ୟ କାଗଜରୁ ପରିବେଶ ଉପଯୋଗୀ ବ୍ଲୁଟୁଥ ସ୍ପିକର, କୁକୁଡ଼ା ଘର, ବ୍ୟାଗ୍‌ ଏବଂ ଅନ୍ୟ ଘର ଉପକରଣ ଜିନିଷ ତିଆରି କରୁଛନ୍ତି। ୩୦ ବର୍ଷୀୟ ବୁର୍‌ହାନ ଅହମ୍ମଦାବାଦସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡିଜାଇନରୁ ଡିିଗ୍ରୀ ହାସଲ କରିଛନ୍ତି। ସେ ଶ୍ରୀନଗରରେ ଷ୍ଟୁଡିଓ କିଲାବ୍‌ ଆରମ୍ଭ କରି ଏହା ମାଧ୍ୟମରେ ଉକ୍ତ କାର୍ଯ୍ୟ କରୁଛନ୍ତି। ଏହି ଜିନିଷ ତିଆରି କରିବାରେ ବୁର୍‌ହାନ ବର୍ଜ୍ୟ କାଗଜ ଓ ଅଠା ମିଶ୍ରଣରୁ ପ୍ରସ୍ତୁତ ଦ୍ରବ୍ୟ ବ୍ୟବହାର କରୁଛନ୍ତି। ଏଥିରେ ବି ସେ ପାଇନ୍‌ ଓ ଓ୍ବାଲନଟ୍‌ କାଠ ଲଗାଉଛନ୍ତି। ଏହି ପଦ୍ଧତିରେ ଜିନିଷ ତିଆରି କରିବାରେ କାର୍ବନ ନିର୍ଗମନ ବି ହେଉନାହିଁ। ସେ ଏହିସବୁ ଜିନିଷରେ ଗ୍ରାମୀଣ ହସ୍ତକଳାର ଛାପ ରଖୁଛନ୍ତି ଓ ଏଥିପାଇଁ ୧୦୦ ଜଣ କରିଗରଙ୍କୁ ନିଯୁକ୍ତ କରିଛନ୍ତି।