ଏଇ ଭାରତରେ

ମାର୍କେଟ୍‌ରେ ପଚା ପରିବା ଏଣେତେଣେ ଫିଙ୍ଗଦିଆଯାଉଛି ଓ ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। ହେଲେ ହାଇଦ୍ରାବାଦର ବୋଏନ୍‌ପାଲ୍ଲୀ କିମ୍ବା ଡ. ବି.ଆର. ଆମ୍ବେଡକର ଭେଜିଟେବଲ ମାର୍କେଟ ଏସବୁରୁ ବିଦ୍ୟୁତ୍‌ ଉତ୍ପାଦନ କରି ଉଦାହରଣ ସୃଷ୍ଟି କରିଛି। ଏଥିରେ ୧୭୦ଟି ଦୋକାନକୁ ବିଦ୍ୟୁତ୍‌ ଯୋଗାଇ ଦିଆଯିବା ସହ ୧୦୦ଟି ଷ୍ଟ୍ରିଟ୍‌ଲାଇଟ୍‌ ଜଳୁଛି। ଉକ୍ତ ମାର୍କେଟରୁ ପ୍ରତିଦିନ ପାଖାପାଖି ୧୦ ଟନ୍‌ ଅର୍ଗାନିକ୍‌ ବର୍ଜ୍ୟ ବାହାରୁଛି। ଏସବୁ ଏଠିସେଠି ଗଦା ହେଉଥିଲା। କିନ୍ତୁ ଏବେ ସେଥିରୁ ବିଦ୍ୟୁତ୍‌ ଉତ୍ପାଦନ ହେବାରୁ ମାର୍କେଟ ପରିବେଶକୁ ପ୍ରଦୂଷଣମୁକ୍ତ ରଖାଯାଇପାରିଛି। ପଚାଶଢ଼ା ପରିବାକୁ ପ୍ରଥମେ ବାୟୋମସ୍‌କୁ ପରିବର୍ତ୍ତନ କରାଯାଇ ପରେ ସେଥିରୁ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ହାଇଦ୍ରାବାଦର ଆହୁଜା ଇଞ୍ଜିନିୟରିଂ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ ୨୦୨୦ରେ ମାର୍କେଟ୍‌ ଦ୍ୱାରା ସ୍ଥାପିତ ପ୍ଲାଣ୍ଟରୁ ୫୦୦ ୟୁନିଟ୍‌ ବିଦ୍ୟୁତ୍‌ ଓ ୩୦ କେ.ଜି. ଜୈବ ଫୁଏଲ ଉତ୍ପାଦନ ହେଉଛି। ବାୟୋଫୁଏଲ କ୍ୟାଣ୍ଟିନ କିଚେନରେ ବ୍ୟବହାର ହେଉଛି। ଏହି ମାର୍କେଟ ମାସକୁ ବିଦ୍ୟୁତ୍‌ ବାବଦରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ବଞ୍ଚାଯାଉଛି। ଚୁକ୍ତିଭିତ୍ତିରେ ବାହାରୁ ଅଣାଯାଇଥିବା ଲୋକମାନଙ୍କ ଦ୍ୱାରା ପ୍ରତିଦିନ ମାର୍କେଟରୁ ପଚା ପରିବା ସଂଗ୍ରହ କରାଯାଏ।