ଏଇ ଭାରତରେ

ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲାଗି ଗୁଣ୍ଡୁଚିମୂଷା ଭଳି କାର୍ଯ୍ୟ କରୁଥିବା ଅନେକଙ୍କ ମଧ୍ୟରେ ଦିଲ୍ଲୀର ମିନାକ୍ଷୀ ଶର୍ମାଙ୍କ ଯୋଗଦାନ ପ୍ରେରଣାଦାୟକ। ମିନାକ୍ଷୀ ବର୍ଜ୍ୟ କପଡ଼ାକୁ ଅପ୍‌ସାଇକେଲ କରୁଛନ୍ତି। ସେ ‘ୟୁଜ ମି ଓ୍ବାର୍କ୍ସ’ କମ୍ପାନୀ ପ୍ରତିଷ୍ଠା କରି ବର୍ଜ୍ୟ କପଡ଼ାରୁ ଆକର୍ଷଣୀୟ ଘରସଜ୍ଜା ଜିନିଷ, ବ୍ୟାଗ୍‌, ଲୁଗା ଆଦି ତିଆରି କରୁଛନ୍ତି। ୨୦୧୧ରୁ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ମିନାକ୍ଷୀଙ୍କ ବୟସ ୩୪। କଲେଜରେ ପଢୁଥିବାବେଳେ ପର୍ଲ ଏକାଡେମୀ ଅଫ୍‌ ଫ୍ୟାଶନରେ ଏକ ପ୍ରୋଜେକ୍ଟ ଉପସ୍ଥାପନ କରିବା ପରେ ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରେରଣା ମିଳିଥିଲା। ଦିଲ୍ଲୀର ଛତ୍ରପୁରରୁ ୩୦ ଜଣ ଗରିବ ମହିଳାଙ୍କୁ ସେ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ସେମାନେ ମାସକୁ ୫,୦୦୦ରୁ ୧୦,୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି। ମାତ୍ର ୪୫୦ ବର୍ଗଫୁଟ ଜାଗାରେ ତାଙ୍କ କମ୍ପାନୀ ଚାଲିଛି। ମିନାକ୍ଷୀ ଗୋଟିଏ ମାସରେ ୨୦୦ କେଜି ବର୍ଜ୍ୟ କପଡ଼ା ଅପ୍‌ସାଇକେଲ କରୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷର ଚାହିଦା ରହିଛି ଓ ସିଙ୍ଗାପୁର, ଆମେରିକା ଏବଂ ଇଂଲଣ୍ଡରେ ଏହାର ଗ୍ରାହକ ରହିଛନ୍ତି। ମାସକୁ ପାଖାପାଖି ୨୦୦ ଅର୍ଡର ସେ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri