ଏଇ ଭାରତରେ

ବିଭିନ୍ନ ସ୍ଥାନରେ ଅଦରକାରୀ ଟାୟାର ଜମା ହୋଇ ପରିବେଶକୁ ପ୍ରଦୂଷଣ କରୁଥିବାବେଳେ ତାହାକୁ ଉପଯୋଗ କରି ଚପଲ ତିଆରି କରିବାରେ ସଫଳ ହୋଇଛନ୍ତି ପୁଣେର ପୂଜା ଆପ୍‌ତେ। ପୂଜାଙ୍କ ବୟସ ୨୮। ଦି ଏନର୍ଜି ଆଣ୍ଡ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ଟିଇଆର୍‌ଆଇ)ରୁ ରିନେଓ୍ବେବଲ ଏନର୍ଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପୂଜା ଟାୟାରରୁ ଚପଲ ତିଆରି କରିବା ଲାଗି ବହୁ ଗବେଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକାର କେତେକ ସମ୍ପ୍ରଦାୟ ଟାୟାର ଚପଲ ବ୍ୟବହାର କରନ୍ତିି। ସେମାନଙ୍କ ଚପଲ ତିଆରିର କୌଶଳ ଉପରେ ପୂଜା ଗବେଷଣା କରିବା ପରେ ସହି ଢାଞ୍ଚାରେ ଚପଲ ତିଆରି କରିବା ଆରମ୍ଭ କରିଥିଲେ। ତାଙ୍କର ଏହି ନୂଆ କୌଶଳକୁ ଷ୍ଟାର୍ଟଅପ୍‌ ଇଣ୍ଡିଆରେ ପ୍ରଦର୍ଶନ କରି ପୁରସ୍କୃତ ହେବା ପରେ କାର୍ଯ୍ୟକୁ ଆହୁରି ଗତିଶୀଳ କରିଛନ୍ତିି। ଚପଲ ବ୍ରାଣ୍ଡ୍‌ର ନାମ ରଖିଛନ୍ତି ‘ନେମିଟାଲ’। ବ୍ଲିଙ୍କ୍‌ ଗ୍ରୀନ କମ୍ପାନୀ ଦ୍ୱାରା ସେ ଏହି ଚପଲ ତିଆରି କରୁଛନ୍ତି। ୨୦୧୯ ଜୁନ୍‌ରୁ ଅଫିସିଆଲି ତାଙ୍କ ବ୍ୟବସାୟ ଆରମ୍ଭ କରିଛନ୍ତି। ପ୍ରଥମେ ଏହି ଚପଲ ଭାରି ହେଉଥିଲା। ଏବେ ସେ ହାଲୁକା ଚପଲ ତିଆରି କରୁଛନ୍ତି ଓ ଲୋକେ ଏହାକୁ ପସନ୍ଦ କରୁଛନ୍ତି। ଦେଢ ବର୍ଷ ମଧ୍ୟରେ ୪୦୦ କେ.ଜି. ବର୍ଜ୍ୟ ଟାୟାର ଉପଯୋଗ କରିପାରିଛନ୍ତି ପୂଜା। ଏଥିରୁ ବିଭିନ୍ନ ଡିଜାଇନର ୧୦୦୦ ଯୋଡା ଚପଲ ତିଆରି କରି ବିକ୍ରି କରିଛନ୍ତି। ଚପଲର ଦାମ୍‌ ୬୦୦ଟଙ୍କାରୁ ୧୦୦୦ଟଙ୍କା ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri