ଏଇ ଭାରତରେ

‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’ ଭାଗବତର ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ ହୋଇଛି ଜଣେ ୮ ବର୍ଷର ବାଳକଙ୍କ କ୍ଷେତ୍ରରେ। ଛତିଶଗଡ଼ର ଜସପୁର ଜିଲାରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମରେ ୮ ବର୍ଷ ବୟସ୍କ ଦୀପକଙ୍କୁ ଏକ ବିଷଧର ସାପ କାମୁଡ଼ିବା ପରେ ବାଳକ ଜଣକ ସାପକୁ ଦୁଇଥର କାମୁଡ଼ିବା ଯୋଗୁ ସାପର ମୃତ୍ୟୁ ଘଟିଛି ଓ ବାଳକ ଜଣଙ୍କ ବଞ୍ଚିଯାଇଛନ୍ତି। ଦୀପକ ଖେଳୁଥିବାବେଳେ ଏକ ସାପ ଆସି ତାଙ୍କ ହାତରେ ଗୁଡ଼ାଇ ହୋଇ ତାଙ୍କୁ କାମୁଡ଼ିଥିଲା। ସେ ଯନ୍ତ୍ରଣାରେ କାନ୍ଦିବାକୁ ଆରମ୍ଭ କଲେ ମଧ୍ୟ ସାପକୁ ହାତରୁ ବାହାର କରିପାରି ନ ଥିଲେ। ସେ ଜୀବନ ବଞ୍ଚାଇବାକୁ ଯାଇ ସାହସର ସହିତ ସାପକୁ ଦୁଇଥର କାମୁଡ଼ି ଦେବାରୁ ସାପଟିର ମୃତ୍ୟୁ ଘଟିଥିଲା। ସାପ କାମୁଡ଼ିବା ବିଷୟ ଦୀପକ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଦୀପକଙ୍କୁ ଆଣ୍ଟି ଭେନମ ଇଞ୍ଜେକ୍‌ଶନ ଦିଆଯାଇଥିଲା। ଡାକ୍ତରମାନେ କହିଥିଲେ ଯେ, ସାପଟି ଡ୍ରାଏ ବାଇଟ୍‌ କରିଥିଲା, ଅର୍ଥାତ୍‌ ଯେତେବେଳେ ସାପ ଦୀପକକୁ ଦଂଶନ କଲା, ସେତେବେଳେ ବିଷ ବାହାରି ନ ଥିଲା, ଯେଉଁଥିପାଇଁ ଦୀପକଙ୍କର ଜୀବନ ବଞ୍ଚିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri