ଏଇ ଭାରତରେ

ପରିବେଶ ସୁରକ୍ଷା ଆଗରେ ଚାକିରିର ମୂଲ୍ୟ କିଛି ନୁହେଁ, ଏହା ପ୍ରମାଣ କରିଛନ୍ତି ମୀରା ଚନ୍ଦ୍ରନ। କେରଳର ଉକ୍ତ ମହିଳା ବନ ବିଭାଗ ଓ ସ୍ଥାନୀୟ ଆଦିବାସୀମାନଙ୍କୁ ନେଇ ପଶ୍ଚିମଘାଟ ପର୍ବତମାଳାର ସୁରକ୍ଷାରେ ଲାଗିଛନ୍ତି। ମୀରା ଇଲେକ୍ଟ୍ରିକାଲ ଆଣ୍ଡ୍‌ ଇଲେକ୍‌ଟ୍ରୋନିକ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ଭଲ ଚାକିରି କରିଥିଲେ। ହେଲେ ତାହାକୁ ଛାଡ଼ି ପଶ୍ଚିମଘାଟ ପର୍ବତମାଳାରେ ଜଙ୍ଗଲ ସୁରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି। ୨୦୧୦ରେ ‘ଫରେଷ୍ଟ ଫାଷ୍ଟ ସମିତି’ ଗଠନ କରି ସେ ଅଭିଯାନ ଚଳାଇଛନ୍ତି। ଜଙ୍ଗଲ ଧ୍ୱଂସ ଭଳି ପରିବେଶ ବିରୋଧୀ କାର୍ଯ୍ୟକଳାପରେ ବିଲୁପ୍ତ ହୋଇଯାଉଥିବା ମୂଲ୍ୟବାନ ଗଛର ସୁରକ୍ଷା କରିବା ସହ ସେ ୩୦୦ ଏକର ଜମିରେ ପୁନର୍ବାର ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଜଙ୍ଗଲରେ ମାଟିକୁ ଆଚ୍ଛାଦିତ କରି ଜଙ୍ଗଲିଗଛକୁ ବଢ଼ାଇ ଦେଉ ନ ଥିବା ଜଙ୍ଗଲି ଘାସ ଜାତୀୟ ଗଛଗୁଡ଼ିକୁ ସଫା କରି ସ୍ଥାନୀୟ ଜଙ୍ଗଲି ଗଛ ଲଗାଉଛନ୍ତି। ଏବେ ସୁଦ୍ଧା ମୀରା ଓ ତାଙ୍କ ଟିମ୍‌ ବିଭିନ୍ନ ଔଷଧୀୟ ବୃକ୍ଷ ସମେତ ୧୫୦ ପ୍ରଜାତିର ଦେଶୀ ଗଛ ସୁରକ୍ଷା କରିସାରିଲେଣି। ଜଙ୍ଗଲରୁ ବିଲୁପ୍ତ ହେବାକୁ ଯାଉଥିବା ବହୁ ପ୍ରଜାତି ବୃକ୍ଷର ମଧ୍ୟ ସେ ସଂରକ୍ଷଣ କରୁଛନ୍ତି। କେରଳର ଓ୍ବେନାଡା ଏବଂ କର୍ନାଟକର କୋଡାଗୁରେ ସେ ୩୦୦ ଏକରରେ ଏହିସବୁ ଗଛ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ମୀରା ଏହି କାର୍ଯ୍ୟ କରି ସ୍ଥାନୀୟ ଲୋକମାନଙ୍କୁ ଜୀବିକା ଯୋଗାଇବାରେ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri