ଏଇ ଭାରତରେ

ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କମ୍‌ କରି ପରିବେଶ ପ୍ରଦୂଷଣ ରୋକିବାରେ ଦିଲ୍ଲୀର ଡ. ରୁବି ମଖିଜାଙ୍କ ପ୍ରୟାସ ପ୍ରଶଂସନୀୟ। ଜିନିଷ ନେବା ଲାଗି ସେ ଲୋକମାନଙ୍କୁ କପଡ଼ା ବ୍ୟାଗ୍‌ ମାଗଣାରେ ଦେଉଛନ୍ତି। ୨୦ ଟଙ୍କା ଜମାକରି ଲୋକେ ତାହା ନେଉଛନ୍ତି ଓ ବ୍ୟାଗ୍‌ ଦେବା ପରେ ଜମାରାଶି ଫେରିପାଉଛନ୍ତି। ୨୦୨୧ରେ ‘ବିକଳ୍ପ’ ଅଭିଯାନ ଆରମ୍ଭକରି ସେ ଏହି କାର୍ଯ୍ୟ କରୁଛନ୍ତି। କପଡ଼ା ବ୍ୟାଗ୍‌କୁ ଦିଲ୍ଲୀର ୩୦୦ରୁ ଊର୍ଦ୍ଧ୍ୱ ଦୋକାନରେ ଗ୍ରାହକଙ୍କୁ ଉପଲବ୍ଧ କରାଉଛନ୍ତି। ଏହାସହ ଦିଲ୍ଲୀରେ ଏଭଳି କପଡ଼ା ବ୍ୟାଗ୍‌ର ୩୫୦ ଷ୍ଟଲ୍‌ ଖୋଲିଛନ୍ତି ଡ.ରୁବି। ଦୋକାନରୁ ଗ୍ରାହକମାନେ ଜିନିଷ କିଣିବା ପରେ ଦୋକାନୀମାନେ ସେମାନଙ୍କୁ ଉକ୍ତ କପଡ଼ା ବ୍ୟାଗ୍‌ ନେବା ଲାଗି କହୁଛନ୍ତି। ଯେଉଁମାନେ ଚାହଁୁଛନ୍ତି ସେମାନଙ୍କୁ ବ୍ୟାଗ୍‌ ଦିଆଯାଉଛି। ଏହି କାର୍ଯ୍ୟରେ ଦିଲ୍ଲୀ ନଗର ନିଗମ ରୁବିଙ୍କୁ ସହଯୋଗ କରୁଛି। ବ୍ୟାଗ୍‌ରେ ୭-୮ କେଜି ଜିନିଷ ନେଇହେଉଛି। ବର୍ତ୍ତମାନ ସହରରେ ଲୋକମାନେ ୩୦-୪୦ ହଜାର ବ୍ୟାଗ୍‌ ଭଡ଼ାରେ ନେଇଛନ୍ତି। କପଡ଼ା ବ୍ୟାଗ୍‌ ତିଆରି କରିବା ଲାଗି ସେ ଟେଲର ଦୋକାନରୁ ବଳକା କପଡ଼ା ସଂଗ୍ରହ କରୁଛନ୍ତି। ଏହାବାଦ୍‌ ତାଙ୍କୁ କପଡ଼ା ବି ଦାନରେ ମିଳୁଛି। ଉକ୍ତ ବ୍ୟାଗ୍‌ ତିଆରି କରିବା ପାଇଁ ସେ ଅନେକ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ବର୍ଷ ସାରା ଗୋଟିଏ କପଡ଼ା ବ୍ୟାଗ୍‌ ବ୍ୟବହାର କଲେ ତାହା ଦ୍ୱାରା ୫୦୦ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଦୂର କରିପାରିବ ବୋଲି କହନ୍ତି ରୁବି। ଏଣୁ ‘ବିକଳ୍ପ’କୁ ଦିଲ୍ଲୀ ବାହାରକୁ ସମ୍ପ୍ରସାରିତ କରି ଅନ୍ୟ ସହରଗୁଡ଼ିକରେ ପ୍ରଦୂଷଣ କମାଇବା ସକାଶେ ସେ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri