ଏଇ ଭାରତରେ

ଅନେକ ସମୟରେ ଲୋକେ କହନ୍ତି ନିଜ କାମ କରିବାକୁ ତ ସମୟ ନାହିଁ, ଅନ୍ୟମାନଙ୍କ କଥା ବୁଝିବି କ’ଣ? ଏଭଳି ଲୋକେ ତ ପ୍ରାଣୀଙ୍କ କଥା ଚିନ୍ତା କରିବା ସ୍ବପ୍ନ। ହେଲେ ମଣିଷଙ୍କ ଭିତରେ ଏମିତି ବି ଅଛନ୍ତି ଯିଏ ନିଜ କଥା ବୁଝି ପଶୁପକ୍ଷୀଙ୍କ ଯନତ୍ ନେବାରେ ଜୀବନ ବିତାଉଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ଜବାହର ଲାଲ। ବୟସ ୬୫, ହେଲେ ୪୫ ବର୍ଷ ଧରି ଅର୍ଥାତ୍‌ ତାଙ୍କୁ ୧୯-୨୦ ବର୍ଷ ହୋଇଥିବାବେଳୁ ସେ ନିରବଚ୍ଛିନ ଭାବେ ଦିଲ୍ଲୀର ଆର୍କିଓଲୋଜିକାଲ ପାର୍କର ପକ୍ଷୀମାନଙ୍କୁ ଖାଦ୍ୟ ଓ ପାନୀୟ ଦେଉଛନ୍ତି। ଏଥିପାଇଁ ତାଙ୍କୁ ‘ପକ୍ଷୀ ମଣିଷ’ କୁହାଯାଉଛି। କେବଳ ପକ୍ଷୀ ନୁହନ୍ତି, ଜବାହର ପାର୍କରେ ଥିତ୍ବା ବୁଲାକୁକୁରଙ୍କୁ ମଧ୍ୟ କ୍ଷୀର ଓ ବ୍ରେଡ୍‌ ଖାଇବାକୁ ଦେଉଛନ୍ତି। ସେ ତାଙ୍କ ଦୋକାନରୁ ଯାହା ଆୟ କରୁଛନ୍ତି ତାହାକୁ ପକ୍ଷୀମାନଙ୍କୁ ଖାଇବାକୁ ଦେବାରେ ବ୍ୟୟ କରୁଛନ୍ତି। କୁତବ୍‌ମିନାର ନିକଟରେ ଥିବା ଏହି ପାର୍କରେ ଜବାହର ପ୍ରତିଦିନ ସକାଳ ୭ରୁ ୮ଟା ମଧ୍ୟରେ ପହଞ୍ଚତ୍ ଯାଆନ୍ତି । ଜବାହର ସେଠାରେ ପହଞ୍ଚତ୍ବା କ୍ଷଣି ପକ୍ଷୀମାନେ ମଧ୍ୟ ଆସିଥା’ନ୍ତି। ସେ ସାଥିରେ ୫ କେ.ଜି. ଦାନା ଓ ୧୦ ଲିଟର ପାଣି ନେଇଥା’ନ୍ତି। ପକ୍ଷୀ ଓ କୁକୁରଙ୍କୁ ଖାଇବାକୁ ଦେବା ପରେ ପାର୍କର ସବୁସ୍ଥାନରେ ପାତ୍ରରେ ପାଣି ରଖନ୍ତି।