ଏଇ ଭାରତରେ

କୋଭିଡ୍‌ ସହ ସଂଗ୍ରାମ କରି ଜୀବନ ବଞ୍ଚାଇ ପାରିଥିବା ଜଣେ ଯୁବକ ଏବେ କୋଭିଡ୍‌ ରୋଗୀଙ୍କ ସେବାରେ ଲାଗିଛନ୍ତି।

ଯୁବକଙ୍କ ନାମ ମହେନ୍ଦ୍ର ରେଡ୍ଡୀ। ବୟସ ୩୯।  ରହନ୍ତି ହାଇଦ୍ରାବାଦରେ। କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ ବାଇକରେ ଅନ୍ୟ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ପହଞ୍ଚାଉଛନ୍ତି। ସେ କୋଭିଡରୁ ବଞ୍ଚତ୍ଗଲେ ସିନା ତାଙ୍କ ଭାଗୀଦାରି ବ୍ୟବସାୟୀ ବନ୍ଧୁ କିନ୍ତୁ ଚାଲିଗଲେ ଆରପାରିକୁ। ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚତ୍ ନ ପାରିବାରୁ ତାଙ୍କ ଜୀବନ ଚାଲିଗଲା। ଏହାପରେ ଅନ୍ୟ କେହି ଏଭଳି  ପରିସ୍ଥିତିର ସାମ୍ନା  ନ କରନ୍ତୁ ସେଥିପାଇଁ ମହେନ୍ଦ୍ର ଆକ୍ରାନ୍ତଙ୍କଠାରୁ ଖବର ପାଇବା କ୍ଷଣିି ବାଇକରେ ନେଇ ବଞ୍ଜରାହିଲ୍‌ସ୍ଥ ଟାଇମ୍ସ କ୍ଲିନିକରେ ପହଞ୍ଚାଇ ଦେଉଛନ୍ତି। ଚିକିତ୍ସା ଓ ସୁସ୍ଥତା ଲାଭ ଲାଗି ମନୋବଳ ଦୃଢ କରିବାକୁ ଆକ୍ରାନ୍ତମାନଙ୍କୁ ଆଶ୍ୱାସନା ଦେଉଛନ୍ତି। ଗତ ତିନି ମାସ ମଧ୍ୟରେ ସେ ୧୦୦ ଜଣ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ପହଞ୍ଚାଇ ସାରିଲେଣି।

ତାଙ୍କର ଏଭଳି ସେବା ସମ୍ପର୍କରେ ସେ ପ୍ରଚାର କରି ଲୋକମାନଙ୍କୁ ଜଣାଉନାହାନ୍ତି କି କୌଣସି ସୋସିଆଲ ମିଡିଆର ସାହାଯ୍ୟ ନେଉନାହାନ୍ତି । ବରଂ ସାଙ୍ଗସାଥୀ କିମ୍ବା ଆକ୍ରାନ୍ତଙ୍କ ପରିବାରଠାରୁ ଖବର ପାଇଲେ ବାଇକ୍‌ ଧରି ପହଞ୍ଚତ୍ ଯାଉଛନ୍ତି । ଏଥିପାଇଁ କାହାଠାରୁ କିଛି ଅର୍ଥ ନେଉନାହାନ୍ତି । ବରଂ ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ମହେନ୍ଦ୍ର ରିୟଲ ଇଷ୍ଟେଟରେ କାର୍ଯ୍ୟ କରିବା ସହ ଗୋଟିଏ ଛାତ୍ରୀ ହଷ୍ଟେଲର ପରିଚାଳନା କରୁଛନ୍ତି । କୋଭିଡ୍‌ ସଂକ୍ରମଣ ନ କମିବା ଯାଏ ଏଭଳି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri