କ୍ଷତିକାରକ ପ୍ଲାଷ୍ଟିକ୍ ପ୍ୟାକେଜିଂ ଦ୍ରବ୍ୟର ବ୍ୟବହାର ରୋକିବା ପାଇଁ ମୁମ୍ବାଇର ନେହା ଜୈନ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ଗୁଗଲରୁ ଚାକିରି ଛାଡ଼ି ସାମୁଦ୍ରିକ ଶୈବାଳରୁ ପ୍ୟାକେଜିଂ ପାଇଁ ବିଘଟନ ଓ ଦ୍ରବଣୀୟ ଯୋଗ୍ୟ ଦ୍ରବ୍ୟ ଉପତ୍ାଦନ କରୁଛନ୍ତି। ଏହାକୁ ପ୍ଲାଷ୍ଟିକ୍ର ବିକଳ୍ପ ଭାବେ ବ୍ୟବହାର କରାଯାଉଛି। ଏହା ଶସ୍ତା ହେଉଛି। ଏଥିରୁ ମଧ୍ୟ ହ୍ୟାଣ୍ଡ୍ବ୍ୟାଗ୍, ବ୍ୟାଗ୍ ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଖାଦ୍ୟ ପ୍ୟାକ୍ କରିବା ଲାଗି ଫିଲ୍ମ ବା ସୂକ୍ଷ୍ମ ଆବରଣ ତିଆରି କରାଯାଉଛି ଓ ଦିନକୁ ୧ଟନ୍ ଫିଲ୍ମ ଉପତ୍ାଦନ କରିବାକୁ ନେହା ଯୋଜନା କରିଛନ୍ତି । ଏହିସବୁ ଦ୍ରବ୍ୟ ମାଟିରେ ସହଜରେ ବିଘଟନ ହୋଇ ଖତ ପାଲଟିଯାଉଛି। ସେ ‘ଜିରୋସର୍କଲ’ ଷ୍ଟାର୍ଟଅପ୍ ମାଧ୍ୟମରେ ଉକ୍ତ କାର୍ଯ୍ୟ କରୁଛନ୍ତି। ବେଙ୍ଗାଲୁରୁର କ୍ରାଏଷ୍ଟ କଲେଜରୁ ସାମ୍ବାଦିକତାରେ ଡିଗ୍ରୀ ହାସଲ କରି ଗୁଗଲରେ ନେହା ୫ ବର୍ଷ କାର୍ଯ୍ୟ କରିବା ପରେ ୨୦୧୮ରେ ଚାକିରି ଛାଡ଼ି ଉକ୍ତ ପରିବେଶ ସହନୀୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଦ୍ରବ୍ୟ ଉପତ୍ାଦନ ଲାଗି ଗୁଜରାଟ ଏବଂ ତାମିଲନାଡୁର ୨ଟି ଫାର୍ମ ସାହାଯ୍ୟରେ ୧୨,୦୦୦ ପ୍ରଜାତିର ସାମୁଦ୍ରିକ ଶୈବାଳ ଚାଷ କରାଯାଉଛି। ପରିବେଶ ଉପଯୋଗୀ ଦ୍ରବ୍ୟ ତିଆରି କରି ଆଗାମୀ ୩ ବର୍ଷ ମଧ୍ୟରେ ୨୫୦୦ରୁ ୩୦୦୦ ଟନ୍ ପ୍ଲାଷ୍ଟିକ ବ୍ୟବହାର କମ୍ କରିବାକୁ ନେହା ଲକ୍ଷ୍ୟ ରଖିଛନ୍ତି।
ଏଇ ଭାରତରେ
ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…
ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା
ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…
ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ
ମୁଁ ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…
ଆଣବିକ ପ୍ରତିରୋଧ ଓ ମହାଶକ୍ତି
ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…
ଏଇ ଭାରତରେ
ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…
ତଳ ଅଫିସର
ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍ରେ ଯାତ୍ରୀଙ୍କ…
ବିଶ୍ୱ ପାଇଁ ଚେତାବନୀ
ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…
ଜୈନଧର୍ମରେ ମହିଳା
ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…
Archives

