ଏଇ ଭାରତରେ

ମଧ୍ୟପ୍ରଦେଶ ଝାବୁଆ ଜିଲାର ଆଦିବାସୀ ଝିଅମାନେ ଏବେ ବାଉଁଶରେ ଦୀପ ତିଆରି କରି ଉଦାହରଣ ପାଲଟିଛନ୍ତି। ସେମାନେ ଦୀପାବଳି ଲାଗି ୯ ହଜାର ଦୀପ ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ସେ ୧ ଲକ୍ଷ ଟଙ୍କାର ଅର୍ଡର ବି ପାଇଛନ୍ତି। ସେମାନେ ରାଜଗଡାରୁ ବାଉଁଶ କିଣି ସେଥିତ୍ରେ ଏହି ଦୀପ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଜିଲାରେ ଆଦିବାସୀଙ୍କୁ ଆମତ୍ନିର୍ଭର କରିବା ଲାଗି କାର୍ଯ୍ୟକରୁଥିତ୍ବା ସଂସ୍ଥା ଶିବଗଙ୍ଗା ୩୦ ଜଣ ଆଦିବାସୀ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇ ବାଉଁଶ ଦୀପ ତିଆରି କରୁଛି। ଏହି ସଂସ୍ଥା ଦୀପ ବିକ୍ରିି କରିବାକୁ ୨ ଅକ୍ଟୋବର ଗାନ୍ଧୀଜୟନ୍ତୀରୁ ଅନ୍‌ଲାଇନ ବୁକିଂ ଆରମ୍ଭ କରିଛି। ଏବେସୁଦ୍ଧା ଦିଲ୍ଲୀ, ମୁମ୍ବାଇ, ଭୋପାଳ, ବେଙ୍ଗାଲୁରୁ, ନୋଏଡା ଆଦି ବହୁ ବଡ ସହରରୁ ୧ ଲକ୍ଷ ଟଙ୍କାର ଅର୍ଡର ମିଳିିଛି। ସେମାନେ ଧନୁଷ ଓ ମହୁଆ ନାମରେ ଦୁଇ ପ୍ରକାର ଦୀପ ତିଆରି କରୁଛନ୍ତି। ସେମାନଙ୍କ ହାତ ତିଆରି ବାଉଁଶର ଲ୍ୟାମ୍ପର ଚାହିଦା ବି କିଛି କମ୍‌ ନାହିଁ। ଦୀପ ବିକ୍ରି କରିବାକୁ ଯେଉଁ ପ୍ରମୋ କରାଯାଇଛି ସେଥିରେ ସଂସ୍ଥା ସହ ଜଡିତ ଜଣେ ସ୍ଥାନୀୟ ଆଦିବାସୀ ମହିଳାଙ୍କୁ ନିଆଯାଇଛି। ନାମ ବାମ୍ବୁ ଦିଆଯାଇଛି । ଏମାନେ ଏବେ ପୁଣେରୁ ବାଉଁଶ ଆଣି ଲଗାଇଛନ୍ତି। ତିନି ବର୍ଷ ପରେ ଆଉ ସେମାନଙ୍କୁ ବାଉଁଶ କିଣିବାକୁ ପଡିବନି ବୋଲି କହନ୍ତି ସଂସ୍ଥାର ସଦସ୍ୟ ମହେଶ ଶର୍ମା। ଅଧ୍ୟୟନରତ ବହୁ ଛାତ୍ରୀଛାତ୍ର ଏହି ସଂସ୍ଥା ସହ ମିଶି ବିଦେଶରେ କିଭଳି ବାଉଁଶ ଉପତ୍ାଦ ବିକ୍ରି ହୋଇପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri