ଏଇ ଭାରତରେ

ଗୁରୁଙ୍କ ଗୌରବ କଥା ଆସିଲେ ମନେପଡ଼ନ୍ତି ବିହାରର ରଜନୀକାନ୍ତ(ଆର.କେ.) ଶ୍ରୀବାସ୍ତବ। ୧୫ ବର୍ଷ ହେଲା ସେ ପିଲାମାନଙ୍କୁ ଏକ ଟଙ୍କା ଦକ୍ଷିଣାର ପଢ଼ାଉଛନ୍ତି। ରୋହତାସ ଜିଲା ବିକ୍ରମଗଞ୍ଜରେ ସେ ଏକ ସ୍ବତନ୍ତ୍ର କ୍ଲାସ କରୁଛନ୍ତି ଓ ତାହାକୁ ‘ଏକ ଟଙ୍କା ଦକ୍ଷିଣା କ୍ଲାସ୍‌’ ବୋଲି ସମସ୍ତେ ଜାଣନ୍ତି। ଆର.କେ ସାର୍‌ ଜଣେ ଗଣିତ ଶିକ୍ଷକ। ସେ ପିଲାମାନଙ୍କୁ ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜରେ ନାମ ଲେଖାଇବାରେ ସାହାଯ୍ୟ କରୁଛନ୍ତି। ତାଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଦେୟ ରଖିଛନ୍ତି ମାତ୍ର ୧ଟଙ୍କା । ତାଙ୍କର ଏପରି କାର୍ଯ୍ୟ ପଛରେ ଏକ କାହାଣୀ ରହିଛି। ଆର୍‌.କେ.ସାର୍‌ଙ୍କ ଆଦ୍ୟଜୀବନ ଅଭାବରେ କଟିଥିଲା। ବହୁକଷ୍ଟରେ ସେ ପାଠପଢି ଦ୍ୱାଦଶ ପାସ କରିବା ପରେ ଇଞ୍ଜିନିୟର ହେବାକୁ ଇଚ୍ଛା କରିଥିଲେ। କିନ୍ତୁ ଆଇଆଇଟି ପାଇଁ ପ୍ରସ୍ତୁତ ହେବା ସମୟରେ ତାଙ୍କୁ ଟିବି ହୋଇଗଲା ଓ ସେ ସଥିରୁ ବଞ୍ଚିତ ହୋଇଥିଲେ। ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ୧ଟଙ୍କା ଦେୟରେ ପଢ଼ାଇବା ସହ ନିଜେ ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୦୮ରେ ସେ କୋଚିଂ କ୍ଲାସ୍‌ ଖୋଲିଥିଲେ। ଏବେ ସୁଦ୍ଧା ତାଙ୍କ ନିକଟରୁ ୫୪୫ ପିଲା କୋଚିଂ ନେଇ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇ ସାରିଲେଣି। କେବଳ ଏତିକି ନୁହେଁ, ଆର୍‌.କେ. ସାର୍‌ ମଧ୍ୟ ଦେଶର ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ପଢ଼ାଇ ଯାହା ରୋଜଗାର କରୁଛନ୍ତି ତାହାକୁ ତାଙ୍କ କୋଚିଂ କ୍ଲାସ୍‌ ପରିଚାଳନାରେ ଖର୍ଚ୍ଚ କରୁଛନ୍ତି।