ଏଇ ଭାରତରେ

ଗୁରୁଙ୍କ ଗୌରବ କଥା ଆସିଲେ ମନେପଡ଼ନ୍ତି ବିହାରର ରଜନୀକାନ୍ତ(ଆର.କେ.) ଶ୍ରୀବାସ୍ତବ। ୧୫ ବର୍ଷ ହେଲା ସେ ପିଲାମାନଙ୍କୁ ଏକ ଟଙ୍କା ଦକ୍ଷିଣାର ପଢ଼ାଉଛନ୍ତି। ରୋହତାସ ଜିଲା ବିକ୍ରମଗଞ୍ଜରେ ସେ ଏକ ସ୍ବତନ୍ତ୍ର କ୍ଲାସ କରୁଛନ୍ତି ଓ ତାହାକୁ ‘ଏକ ଟଙ୍କା ଦକ୍ଷିଣା କ୍ଲାସ୍‌’ ବୋଲି ସମସ୍ତେ ଜାଣନ୍ତି। ଆର.କେ ସାର୍‌ ଜଣେ ଗଣିତ ଶିକ୍ଷକ। ସେ ପିଲାମାନଙ୍କୁ ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜରେ ନାମ ଲେଖାଇବାରେ ସାହାଯ୍ୟ କରୁଛନ୍ତି। ତାଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଦେୟ ରଖିଛନ୍ତି ମାତ୍ର ୧ଟଙ୍କା । ତାଙ୍କର ଏପରି କାର୍ଯ୍ୟ ପଛରେ ଏକ କାହାଣୀ ରହିଛି। ଆର୍‌.କେ.ସାର୍‌ଙ୍କ ଆଦ୍ୟଜୀବନ ଅଭାବରେ କଟିଥିଲା। ବହୁକଷ୍ଟରେ ସେ ପାଠପଢି ଦ୍ୱାଦଶ ପାସ କରିବା ପରେ ଇଞ୍ଜିନିୟର ହେବାକୁ ଇଚ୍ଛା କରିଥିଲେ। କିନ୍ତୁ ଆଇଆଇଟି ପାଇଁ ପ୍ରସ୍ତୁତ ହେବା ସମୟରେ ତାଙ୍କୁ ଟିବି ହୋଇଗଲା ଓ ସେ ସଥିରୁ ବଞ୍ଚିତ ହୋଇଥିଲେ। ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ୧ଟଙ୍କା ଦେୟରେ ପଢ଼ାଇବା ସହ ନିଜେ ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୦୮ରେ ସେ କୋଚିଂ କ୍ଲାସ୍‌ ଖୋଲିଥିଲେ। ଏବେ ସୁଦ୍ଧା ତାଙ୍କ ନିକଟରୁ ୫୪୫ ପିଲା କୋଚିଂ ନେଇ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇ ସାରିଲେଣି। କେବଳ ଏତିକି ନୁହେଁ, ଆର୍‌.କେ. ସାର୍‌ ମଧ୍ୟ ଦେଶର ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ପଢ଼ାଇ ଯାହା ରୋଜଗାର କରୁଛନ୍ତି ତାହାକୁ ତାଙ୍କ କୋଚିଂ କ୍ଲାସ୍‌ ପରିଚାଳନାରେ ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri