ଏଇ ଭାରତରେ

ଲୋକଙ୍କ ସେବା ନିକଟରେ ଚାକିରି ମୂଲ୍ୟ କିଛି ନୁହେଁ, ଯାହା ପ୍ରମାଣ କରିଛନ୍ତି ତାମିଲନାଡୁର ନିମଲ ରାଘବନ। ୩୫ ବର୍ଷୀୟ ନିମଲ ଦୁବାଇରେ ସଫ୍ଟଓ୍ବେର ଡେଭଲପର ଭାବେ କାର୍ଯ୍ୟ କରୁଥିଲେ। ୨୦୧୮ରେ ଗାଜା ବାତ୍ୟା ପରେ ସେ ନିଜଗାଁ ନଦିୟାମକୁ ଫେରି କାବେରି ଡେଲ୍‌ଟାର ଦୁର୍ଦ୍ଦଶା ଦେଖି ଆଉ ଦୁବାଇ ଫେରିବାକୁ ଚାହଁି ନ ଥିଲେ। ପରେ ଚାକିରି ଛାଡ଼ି ଡେଲ୍‌ଟାର ଗାଁଗୁଡ଼ିକରେ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି। ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ପେରାଭୁରାନି ହ୍ରଦର ପୁନରୁଦ୍ଧାର କରିଛନ୍ତି, ଯାହାଦ୍ୱାରା ୬,୦୦୦ ଏକର ଜମିରେ ଭଲ ଚାଷ ହୋଇପାରୁଛି ।
ଏହା ବ୍ୟତୀତ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ୧୧୮ଟି ଜଳାଶୟର ପୁନରୁଦ୍ଧାର କରିସାରିଲେଣି ଓ ଏହା ଦ୍ୱାରା ୪୦ ଲକ୍ଷ ଲୋକ ଉପକୃତ ହୋଇ ପାରିଛନ୍ତି। ଏହାସହ କାବେରି ଡେଲ୍‌ଟାରେ ୨୫,୦୦୦ ଗଛ ଲଗାଇ ସାରିଲେଣି। ପ୍ରଥମରେ ସେ ସୋସିଆଲ ମିଡିଆରେ ‘ବାଉନ୍ସ ବ୍ୟାକ ଡେଲ୍‌ଟା’ ଅଭିଯାନ ଆରମ୍ଭ କରି ବାତ୍ୟା ପୀଡ଼ିତଙ୍କ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ପୋଷାକ ଓ ଅର୍ଥ ଆଦି ଯୋଗାଡ଼ କରିଥିଲେ। ସେବେଠାରୁ ତାଙ୍କର ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟ ସହ ବହୁ ସ୍ବେଚ୍ଛାସେବୀ ଯୋଗ ଦେଇ ସେମାନଙ୍କ ସେବା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri