ଏଇ ଭାରତରେ

ଦୁନିଆରେ ଅନେକ ଦୃଷ୍ଟି ବାଧିତ କିଛି ନିଆରା କାର୍ଯ୍ୟକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଥିବାବେଳେ ଆନ୍ଧ୍ରପ୍ରଦେଶର ବୋଡୁ ନାଗ ଲକ୍ଷ୍ମୀ ବି ପଛରେ ନାହାନ୍ତି। ଲକ୍ଷ୍ମୀଙ୍କ ବୟସ ୩୦। ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ମାତ୍ର ୫% ରହିଛି। ସେହି ଭିନ୍ନତାକୁ ସମ୍ମୁଖୀନ ହୋଇ ସେ ତାଙ୍କ ରୋଷେଇଶୈଳୀ ପାଇଁ ତଥା ବିଭିନ୍ନ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ୟୁଟ୍ୟୁବ ଷ୍ଟାର୍‌ ପାଲଟି ଯାଇଛନ୍ତି। ଏବେ ତାଙ୍କର ୨.୫ ଲକ୍ଷ ସବ୍‌ସ୍କ୍ରାଇବର ରହିଛନ୍ତି। ତାଙ୍କ ଭିଡିଓଗୁଡ଼ିକ କବିତା ନାଗ ଭ୍ଲଗ୍ସରେ ଉପଲବ୍ଧ ହେଉଛି। ଲକ୍ଷ୍ମୀଙ୍କ ପିଲାଦିନ ବହୁ ଦୁଃଖରେ କଟିଥିଲା। ତାଙ୍କ ପିତା ଚାଷ କରୁଥିବାରୁ ପରିବାର ଚଳାଇବା କଷ୍ଟକର ଥିଲା ଓ ଲକ୍ଷ୍ମୀ ଘରର ଦାୟିତ୍ୱ ମୁଣ୍ଡ ଉପରକୁ ନେବା ଆରମ୍ଭ କରିଦେଲେ। ଏଥିପାଇଁ ତାଙ୍କୁ ବହୁ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପରେ ତାଙ୍କ ସାନ ଭାଇଙ୍କ ପରାମର୍ଶ କ୍ରମେ ସେ ଜଣେ ଉତ୍ତମ ସେଫ୍‌ ବା ରୋଷେୟା ଭାବେ ଖ୍ୟାତି ହାସଲ କରିଛନ୍ତି ୟୁଟ୍ୟୁବରେ। ସେଥିରୁ ଯାହା ଆୟ ହେଉଛି ପରିବାର ଖର୍ଚ୍ଚ ସହ ବିିଭିନ୍ନ ସାମାଜିକ କାର୍ଯ୍ୟରେ ଲଗାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫,୦୦୦ ଟଙ୍କା ଦେବା ସହ ସେବା କାର୍ଯ୍ୟରେ ଲିପ୍ତ ଅନୁଷ୍ଠାନଗୁଡ଼ିକୁ ସାହାଯ୍ୟ କରୁଛନ୍ତି। ଗାଁର ଯୁବକମାନଙ୍କ କ୍ରୀଡ଼ାର ଉନ୍ନତି ଲାଗି ବି ତାଙ୍କ ଆୟରୁ ୬୦,୦୦୦ ଟଙ୍କା ଦାନ କରିଛନ୍ତି। ଲକ୍ଷ୍ମୀଙ୍କ କାର୍ଯ୍ୟରେ ତାଙ୍କ ଭାଇ ଓ ନଣନ୍ଦ ସହଯୋଗ କରୁଛନ୍ତି।