ଏଇ ଭାରତରେ

କେରଳର ଦମ୍ପତି ଶିବ ସ୍ବାମୀ ଓ ମହାଲକ୍ଷ୍ମୀ ଅସହାୟ ପିଲାମାନଙ୍କ ଶିକ୍ଷା ପାଇଁ ସବୁକିଛି ସମର୍ପଣ କରିଦେଇଛନ୍ତି। କୋଏମ୍ବାଟୁରର ପଚପଳୟମ୍‌ରେ ରହୁଥିବା ଏହି ଦମ୍ପତି ‘କଲଭି ଥୁନାଇ’ ସଂସ୍ଥା ଗଢ଼ି ଏବେ ସୁଦ୍ଧା ୧୦୦୦ରୁ ଊର୍ଦ୍ଧ୍ୱ ଅସହାୟ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିସାରିଲେଣି । ସେମାନଙ୍କ ମଧ୍ୟରୁ ୩୫୦ ଜଣ ବି ଚାକିରି କରିଛନ୍ତି। ୨୦୧୪ରେ ଉଭୟେ ଏହି ସଂସ୍ଥା ଗଢ଼ିଥିଲେ। ଏଠାରେ ପିଲାମାନଙ୍କ ସ୍କୁଲ୍‌ ଟାସ୍କ କରାଇବା, ବିଷୟ ଉପରେ ଥିବା ଦ୍ୱନ୍ଦ୍ୱ ଦୂର କରିବା ସହ ଅନ୍ୟ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଆଯାଉଛି। ଏଠାରେ ଚତୁର୍ଥରୁ ଦ୍ୱାଦଶ ଯାଏ ପିଲାଙ୍କୁ ପଢ଼ାଯାଉଛି। ଏବେ ମୋଟ ୧୩୬ ଜଣ ପିଲା ପଢ଼ୁଛନ୍ତି। ଦୁଇଟିି ବ୍ୟାଚ୍‌ରେ ଶିକ୍ଷା ଦିଆଯାଉଛି। ପିଲାମାନେ ୪ଟାରୁ ୮ଟା ଯାଏ ଓ ଅନ୍ୟମାନେ ୯ଟାରୁ ୧୨ଟା ଯାଏ ପଢୁଛନ୍ତି। ଏଥିପାଇଁ ୧୧ ଜଣଙ୍କୁ ସବୈତନିକ ନିଯୁକ୍ତି ଦିଆଯାଇଛି। ସ୍କୁଲ ନିର୍ମାଣଠାରୁ ଆରମ୍ଭ କରି ଅନ୍ୟ ସବୁ କାର୍ଯ୍ୟରେ ଏ ବାବଦରେ ସେମାନେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଯେଉଁ ପିଲାମାନେ ପଢାଛାଡ଼ି ଅନ୍ୟ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ବି ସାମିଲ କରୁଛନ୍ତି ଏହି ଦମ୍ପତି।