ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ଏବେ ଚିନ୍ତାର କାରଣ ହୋଇଥିବାବେଳେ ଏହାର ସମାଧାନ ପାଇଁ ପୁଣେର ଅମିତା ଦେଶପାଣ୍ଡେଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅମିତା ଜଣେ ସଫ୍ଟଓ୍ବେର ଇଞ୍ଜିନିୟର। ହେଲେ ସେ ଚାକିରି ପ୍ରତି ଆସକ୍ତ ନ ହୋଇ ପରିବେଶ ସହନୀୟ ଷ୍ଟାର୍ଟଅପ୍ ‘ରି ଚରଖା’ ଗଠନ କରି ପ୍ଲାଷ୍ଟିକ ବର୍ଜ୍ୟକୁ ଅପ୍ସାଇକିଲିଂ କରୁଛନ୍ତି। ସେଥିରୁ ଆକର୍ଷଣୀୟ ବ୍ୟାଗ, ଘରସଜା ଜିନିଷ ସହ ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପ୍ଲାଷ୍ଟିକ ପ୍ୟାକେଟକୁ ଚରଖାରେ ସରୁ ସୂତା ଆକାର କରି ତାହାକୁ ତନ୍ତରେ ପ୍ଲାଷ୍ଟିକ୍ କପଡ଼ାର ରୂୂପ ଦେବା ପରେ ସେଥିରୁ ବିଭିନ୍ନ ଜିନିଷ ତିଆରି ହେଉଛି। ସେହି ଜିନିଷଗୁଡ଼ିକ ଉପରେ ଅମିତା ବିଭିନ୍ନ କଳାକୃତିର ଛାପ ରଖୁଛନ୍ତି ଓ ଏହି କାର୍ଯ୍ୟରେ କାରିଗରମାନଙ୍କୁ ନିଯୁକ୍ତ କରିଛନ୍ତି। ଅମିତା ଏବେସୁଦ୍ଧା ୭ ଲକ୍ଷ ପ୍ଲାଷ୍ଟିକ୍ ପ୍ୟାକେଟ ଅପ୍ସାଇକିଲିଂ କରିବା ସହ ସେଥିରୁ ପ୍ରସ୍ତୁତ ସାମଗ୍ରୀଗୁଡ଼ିକରୁ ୭୦ ଲକ୍ଷ ଟଙ୍କା ରୋଜଗାର କରି ସାରିଲେଣି। ସେ ସ୍ଥାନୀୟ ଅଞ୍ଚଳର ବର୍ଜ୍ୟ ଗୋଟାଳି ଓ ଦାଦ୍ରାନଗର ହାବେଳିର ଆଦିବାସୀମାନଙ୍କୁ ବର୍ଜ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ମହିଳା। ଏହା ବ୍ୟତୀତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କଠାରୁ ମଧ୍ୟ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଉଛି।
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ଓଟ ଉପରେ ବରଫ
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...
ଏଇ ଭାରତରେ
ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...
ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା
କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...
ସଙ୍କଟରେ ପକ୍ଷୀକୁଳ
ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...
ଉଦ୍ଦେଶ୍ୟ ଓ ଉଦାସୀନତା
ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...
Archives


