ଏଇ ଭାରତରେ

ଶିକ୍ଷକତା ଛାଡ଼ି ବର୍ଷକୁ ଗୋପାଳନ ଓ ଜୈବିକ ଚାଷରୁ ୭୦ ଲକ୍ଷ ଟଙ୍କା ରୋଜଗାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ଶିକ୍ଷୟିତ୍ର ମିଲନ ଶର୍ମା। ଫରିଦାବାଦରରେ ରହନ୍ତି ମିଲନ। ସେ ପ୍ରଥମେ ଆମିଟି ଇଣ୍ଟର୍‌ନ୍ୟାଶନାଲ ସ୍କୁଲରେ ଜର୍ମାନୀ ଭାଷାର ଶିକ୍ଷୟିତ୍ରୀ ଥିଲେ। ୨୦୧୭ରେ ଏହାକୁ ଛାଡ଼ି ସେ ତାଙ୍କ ସ୍ବାମୀ ଚେତନ ଶର୍ମାଙ୍କ ସହ ମିଶି ‘ରେଭ୍‌ନାର ଫାର୍ମ’ ପ୍ରତିଷ୍ଠା କରିଛନ୍ତି। ୫୦ଟି ଗାଈ ଓ ୭୦ ବାଛୁରୀ ରଖିଛନ୍ତି ଫାର୍ମରେ। କେବଳ ଗୋପାଳନ ନୁହେଁ, ମିଲନ ମଧ୍ୟ ଜୈବିିକ ଚାଷ କରୁଛନ୍ତି। ୨୧ ଏକର ଜମିରେ ଶସ୍ୟ, ଡାଲି ଚାଷ କରୁଛନ୍ତି। ଏହାକୁ ସେ ସିଧାସଳଖ କିମ୍ବା ତାଙ୍କ ଓ୍ବେବ୍‌ସାଇଟରେ ବଜାରରେ ବିକ୍ରି କରୁଛନ୍ତି। ମିଲନ ଜୈବିକ ଖତ ବି ପ୍ରସ୍ତୁତ କରି ଚାଷରେ ବ୍ୟବହାର କରୁଛନ୍ତି। ଗୋ ମୂତ୍ର, ରସୁଣ, ଲଙ୍କା ଆଦିକୁ ନେଇ କୀଟନାଶକ ତିଆରି କରି ତାହାକୁ ପ୍ରୟୋାଗ କରୁଚନ୍ତି। ସବୁଠୁ ବଡ଼ କଥା ହେଉଛି ଫାର୍ମରେ ସବୁ କିଛି କାର୍ଯ୍ୟ ସୌରଶକ୍ତି ଦ୍ୱାରା ହେଉଛି। ଏଥିପାଇଁ ମିିଲନ ୮ କିଲୋଓ୍ବାଟ୍‌ ଗ୍ରୀଡ୍‌ ସୋଲାର ସିଷ୍ଟମ୍‌ ଲଗାଇଛନ୍ତି।