ଏଇ ଭାରତରେ

ଜମ୍ମୁ-କଶ୍ମୀରର ଡୋଡ଼ାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଛବି ସାମ୍ନାକୁ ଆସିଛି। ଏଠାରେ ମୁସଲମାନ ଲୋକେ ହିନ୍ଦୁମାନଙ୍କ ସହ ମିଶି ପାହାଡ଼ ଚଢ଼ି ୭୦୦ କେ.ଜି. ଓଜନର ଦେବବେଦୀ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ନେଇଛନ୍ତି।
ଭଦ୍ରଓ୍ବାହ-ଡୋଡା ରାଜପଥଠାରୁ ୩ କି.ମି. ଦୂର କୁରସାରୀର ପାହାଡ଼ ଉପରେ ଥିବା ଶିବ ମନ୍ଦିରରେ ଏଭଳି ଭାଇଚାରା ଦେଖିବାକୁ ମିଳିଛି। ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ରାଜସ୍ଥାନରୁ ୫୦୦ରୁ ୭୦୦ କେ.ଜି. ଓଜନ ବିଶିଷ୍ଟ ଏବଂ ଗ୍ରାନାଇଟରେ ନିର୍ମିତ ୬ଟି ପ୍ରତିମା ଅଣାଯାଇଥିଲା। ମନ୍ଦିରକୁ ଭଲ ରାସ୍ତା ନ ଥିବାରୁ ସେଠାକୁ ମୂର୍ତ୍ତି ନେବା କଷ୍ଟସାଧ୍ୟ ଥିଲା। ଅସୁବିଧାକୁ ଅନୁଭବ କରି କୁରସରୀ ପଞ୍ଚାୟତର ସରପଞ୍ଚ ସାଜିଦ ମୀର ସଡ଼କ ନିର୍ମାଣ ପାଇଁ ୪.୬ ଲକ୍ଷ ଟଙ୍କା ଆବଣ୍ଟନ କରିବା ସହ ତାଙ୍କ ସମ୍ପ୍ରଦାୟର ୧୫୦ ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ୪ ଦିନ ମଧ୍ୟରେ, ଉଭୟ ସମ୍ପ୍ରଦାୟର ଲୋକେ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ଆଣିିଥିଲେ। ଅଗଷ୍ଟ ୯ରେ ଏକ ଧାର୍ମିକ ସମାରୋହରେ ମୂର୍ତ୍ତିଗୁଡ଼ିକର ସ୍ଥାପନ କରାଯିବ ବୋଲି ମୀର କହିଛନ୍ତି। ସେନାର ସ୍ଥାନୀୟ ୟୁନିଟ୍‌, ସଡ଼କ ନିର୍ମାଣକାରୀ କମ୍ପାନୀ ଏବଂ ନାଗରିକ ପ୍ରଶାସନ ମଧ୍ୟ ଆଗକୁ ଆସି ପୂୂର୍ଣ୍ଣ ସହଯୋଗ କରିଥିବା ସେ କହିଛନ୍ତି। ଶିବ ମନ୍ଦିର କମିଟି ମୁସଲିମ ପଡ଼ୋଶୀମାନଙ୍କୁ ସେମାନଙ୍କର କାର୍ଯ୍ୟ ଏବଂ ଉତ୍ସାହ ପାଇଁ ପ୍ରଶଂସା କରିଛନ୍ତି। ମନ୍ଦିର କମିଟିର ଅଧ୍ୟକ୍ଷ ରବିନ୍ଦର ପରଦୀପ କହିଛନ୍ତି, ମୂର୍ତ୍ତିଗୁଡ଼ିକର ପରିବହନ ଏକ ଅସମ୍ଭବ କାର୍ଯ୍ୟ ପରି ମନେହୋଇଥିଲେ ମଧ୍ୟ ଭାଇଚାରା ଦ୍ୱାରା ଏହା ସମ୍ଭବ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri