ଏଇ ଭାରତରେ

କୋରିଓଗ୍ରାଫର ବିନୟ ଶର୍ମାଙ୍କ ସମର୍ପିତ ଜୀବନ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା। ସେ ନିର୍ଦ୍ଦେଶନା ଛାଡ଼ି ବସ୍ତି ପିଲାମାନଙ୍କୁ ମାଗଣାରେ ଡ୍ୟାନ୍ସ ଶିକ୍ଷା ଦେଉଛନ୍ତି। ବିନୟଙ୍କ ବୟସ ୩୫। ରହୁଛନ୍ତି ଦିଲ୍ଲୀରେ। ସେ ୨୦୧୬ରେ ‘ଡ୍ୟାନ୍ସ ଆଉଟ ଅଫ୍‌ ପଭର୍ଟି’ ଆରମ୍ଭ କରି ଏହା ମାଧ୍ୟମରେ ଗରିବ ପିଲାମାନଙ୍କୁ ଡ୍ୟାନ୍ସ ଶିକ୍ଷା ଦେଉଛନ୍ତି। ବିଗତ ୬ ବର୍ଷରେ ୬ରୁ ୨୮ ବର୍ଷ ବୟସ ମଧ୍ୟରେ ୩ ହଜାରରୁ ଊର୍ଦ୍ଧ୍ୱଙ୍କୁ ଡ୍ୟାନ୍ସ ଶିକ୍ଷା ଦେଇସାରିଲେଣି। ସେ ମୁମ୍ବାଇରେ ପ୍ରଥମେ ଟି-ସିରିଜରେ ଯୋଗଦେଇ ପରେ ରାଜକୁମାର ସନ୍ତୋଷୀରେ ସହନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏଭଳି ଆକର୍ଷଣୀୟ କ୍ୟାରିୟର ଛାଡ଼ି ସେ ଦିଲ୍ଲୀ ଫେରଆସି ମାଗଣା ଡ୍ୟାନ୍ସ ଶିକ୍ଷା ଜାରି ରଖିଛନ୍ତି। ଏ ବାବଦରେ ବିିନୟ ପାଖାପାଖି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। କେବଳ ଏତିକି ନୁହେଁ, ତାଙ୍କ ଅନୁଷ୍ଠାନରୁ ଡ୍ୟାନ୍ସ ଶିକ୍ଷା ପାଇଁ ଏବେ ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ ପିଲା ଡ୍ୟାନ୍ସର, ଡ୍ୟାନ୍ସ ଇନ୍‌ଷ୍ଟ୍ରକଟର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କୋରିଓଗ୍ରାଫର ଭାବେ କାର୍ଯ୍ୟ କରୁଛନ୍ତି। ଏବେ ଦିଲ୍ଲୀର ୨୫୦ ପିଲା ବିନୟଙ୍କ ପାଖରୁ ଡ୍ୟାନ୍ସ ଶିକ୍ଷା କରୁଛନ୍ତି।