ଏଇ ଭାରତରେ

ବର୍ଷାଦିନରେ ଜାମୁକୋଳି ଚାହିଦା କାହିଁରେ କ’ଣ। କିନ୍ତୁ ବର୍ଷାଋତୁ ପରେ ଏହି କୋଳି ପାଇବା ସାତସପନ ହୋଇଯାଏ । ହେଲେ ରାଜସ୍ଥାନର ଏକ ଦମ୍ପତି ବର୍ଷସାରା ଜାମୁ ଉପାଦ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପାଲି ଜିଲାର ରାଜେଶ ଓ ପୂଜା ଓଜା ‘ଜୋଭାକି ’ଏବଂ ‘ଟ୍ରାଇବାଲ୍‌ବେଦ୍‌’ ନାମକ ସଂସ୍ଥା ମାଧ୍ୟମରେ ଜାମୁ କୋଳି ପ୍ରୋସେସିଂ କରିବା ସହ ପାଲି ଜିଲାର ବେରା ଗାଁର ୧ ହଜାର ଆଦିବାସୀ ପରିବାରକୁ ସଶକ୍ତ କରିପାରିଛନ୍ତି। ବେରାରେ ପ୍ରଚୁର ପରିମାଣରେ ବିଭିନ୍ନ ଋତୁଭିତ୍ତିକ ଫଳ ଫଳେ। ସେଠାକାର ଲୋକେ ପୂର୍ବରୁ ଏହାକୁ ବଜାରରେ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏବେ ଆଉ ସେମାନେ କ୍ଷତି ସହୁନାହାନ୍ତି। ଏହି ଦମମ୍ପତିଙ୍କ ଉଦ୍ୟମରେ ସେମାନେ ଜାମୁମଞ୍ଜି ପାଉଡର ଓ ଜାମୁରୁ ଗ୍ରୀନ୍‌ ଟି ଏବଂ ଭିନେଗାର ଆଦି ପ୍ରସ୍ତୁତ କରୁଛନ୍ତି। ଏଣୁ ଏହି ଫଳର ସ୍ବାଦ ବର୍ଷର ବିଭନ୍ନ ସମୟରେ ପାଇ ହେଉଛି ବୋଲି କହନ୍ତି ରାଜେଶ। ଗୋଟିଏ ୟୁନିଟ୍‌ରେ ସେମାନେ ପ୍ରୋସେସିଂ ଲାଗି ୭୦ ଜଣ ଆଦିବାସୀ ମହିଳା ଏବଂ କୋଳି ତୋଳିବା ଲାଗି ୧୫୦ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ମହିଳାମାନେ ଏଥିରୁ ମାସକୁ ୧୫,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି। ରାଜସ୍ଥାନ ବାଦ୍‌ ଏବେ ସେମାନେ ଏହି କାର୍ଯ୍ୟ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri