ଏଇ ଭାରତରେ

ବାୟୁ ପ୍ରଦୂଷଣ ରୋକିବା ଲାଗି ସୁପ୍ରିମକୋର୍ଟ ନଡ଼ାପୋଡ଼ା ଉପରେ କଟକଣା ଲଗାଇଥିଲେ ବି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଚାଷୀମାନେ ଏଥିରୁ କ୍ଷାନ୍ତ ହେଉନାହାନ୍ତି। କିନ୍ତୁ ଏଭଳି ପ୍ରଦୂଷଣ ଦୂର କରିବା ଲାଗି ଦିଲ୍ଲୀର ଦୁଇ ବନ୍ଧୁ ଆୟୁଷୀ ଅଗ୍ରଓ୍ବାଲା ଓ ଅରୁ ମଙ୍ଗଳ ଏକ ଭିନ୍ନ ପ୍ରୟାସ ଜାରି ରଖିଛନ୍ତି। ଏମାନେ ଆର୍‌ଓ୍ବାଇ ଇଞ୍ଜିନିୟର୍ସ ଷ୍ଟାର୍ଟଅପ୍‌ ମାଧ୍ୟମରେ ଚାଷୀଙ୍କଠାରୁ ନଡ଼ା ସଂଗ୍ରହ କରି ସେଥିରୁ ଉଚ୍ଚମାନର ବାୟୋମାସ୍‌ ପ୍ରସ୍ତୁତ କରୁଛନ୍ତି। ବାୟୋମାସ୍‌ ପାଓ୍ବାରପା୍ଲଣ୍ଟରେ କଞ୍ଚାମାଲ୍‌ ଭାବେ ଉପଯୋଗ ହୋଇପାରୁଛି। ବାୟୋମାସ୍‌କୁ ଛତୁଚାଷୀମାନେ ବି ବ୍ୟବହାର କରୁଛନ୍ତି। ଆୟୁଷୀ ଓ ଅରୁ ୨୦୧୭ରୁ ଏଥିପାଇଁ ଅଭିଯାନ ଆରମ୍ଭ କରିଥିଲେ। ପରେ ସୋନେପତ୍‌ର ଫାର୍ମର ପ୍ରଡ୍ୟୁସ୍‌ ଅର୍ଗାନାଇଜେଶନ( ଏଫ୍‌ପିଓ) ସହ ମିଶି କାମ ଆରମ୍ଭ କରିଥିଲେ। ଗତ ଏକବର୍ଷ ମଧ୍ୟରେ ଏମାନେ ହରିୟାଣା, ଦିଲ୍ଲୀ, ପଞ୍ଜାବ ଓ ଉତ୍ତରପ୍ରଦେଶର ଶତାଧିକ ଚାଷୀଙ୍କୁ ସାହାଯ୍ୟ କରି ସେମାନଙ୍କୁ ନଡ଼ା ପୋଡ଼ାରୁ ଦୂରେଇ ରଖିପାରିଛନ୍ତି। ନଡା ଲାଗି ଏମାନେ ମାଗଣାରେ ଚାଷୀଙ୍କ ବିଲକୁ ସଫା କରିଦେଉଛନ୍ତି। ଏବେସୁଦ୍ଧା ୧୨୦୦ ଟନ୍‌ ନଡ଼ାକୁ ପ୍ରୋସେସିଂ କରି ବାୟୋମାସ୍‌ରେ ପରିବର୍ତ୍ତନ କରିସାରିଛନ୍ତି। ଭିଲେଜ ଲେଭଲ ଏଣ୍ଟ୍ରପ୍ରିନ୍ୟୁର( ଭିଏଲ୍‌ଇ) ମାଧ୍ୟମରେ ଚାଷୀମାନଙ୍କ ବିଲ ପାଖରେ ମେଶିନ ବସାଇ ଦୈନିକ ୧୦ରୁ ୧୫ ଟନ୍‌ ନଡ଼ା ପ୍ରୋସେସିଂ କରାଯାଇପାରୁଛି। ଏହାଦ୍ୱାରା ଭିଏଲ୍‌ଇ ମଧ୍ୟ ଲାଭପାଉଛିି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri