ଏଇ ଭାରତରେ

ଏଥର ବର୍ଷସାରା ତାଜା ଆମ୍ବ ଖାଇବାକୁ ମିଳିବ। ଏହା ସମ୍ଭବ ହୋଇଛି ରାଜସ୍ଥାନ କୋଟାର ୫୫ ବର୍ଷୀୟ କୃଷକ ଶ୍ରୀକ୍ରିଷ୍ଣ ସୁମନଙ୍କ ଦ୍ୱାରା। ସୁମନ ନିଜସ୍ବ ଉଦ୍ୟମ ଓ ଗବେଷଣା ମାଧ୍ୟମରେ ନୂଆ କିସମର ଆମ୍ବ ଉତାରିପାରିଛନ୍ତି। ଏହି ଆମ୍ବ ବର୍ଷକୁ ତିନଥର ଫଳୁଛି। ଏକାଦଶ ଯାଏ ପଢିଥିବା ସୁମନ ୧୯୯୮ରେ ଆମ୍ବ ଉପରେ ଗବେଷଣା ଆରମ୍ଭ କରି ୧୦ ବର୍ଷ ପରେ ‘ସଦାବାହାର ଆମ୍ବ’ ଗଛ ଉତାରିବାରେ ସକ୍ଷମ ହୋଇଥିଲେ। ପରେ ସୁମନ କଲମୀ ପଦ୍ଧତିରେ ଅଧିକ ଗଛ ସୃଷ୍ଟି କରି ଚାଷ ଆରମ୍ଭ କରିଥିଲେ। ଏହି ଆମ୍ବ ଉତାରିବାରେ ସଫଳ ହେବା ପରେ ରାଜସ୍ଥାନର ଉଦ୍ୟାନ ବିଭାଗ ବୈଜ୍ଞାନିକମାନଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇଥିଲା ଓ ସମୁନଙ୍କ କାର୍ଯ୍ୟରେ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା। ରାଜସ୍ଥାନର କୃଷକ ଅଧିକାର ସଂରକ୍ଷଣ ପ୍ରାଧିକରଣ ଏହି କିସମ ଆମ୍ବକୁ ସଦାବାହାର ନାମରେ ପେଣ୍ଟେଣ୍ଟ କରି ଏହାର ସବୁ ଶ୍ରେୟ ଓ ଚାଷର ଅଧିକାର ସୁମନଙ୍କୁ ଦେଇଥିଲା। ପରେ ସୁମନ ଚାଷ କରି ବର୍ଷକୁ ଆମ୍ବରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହାବାଦ୍‌ ସେ ଚାରା କରି ବିକ୍ରି କରୁଛନ୍ତି। ମୋଟରେ ଆମ୍ବ ଓ ଚାରାରୁ ସେ ଗତ ପାଞ୍ଚ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ପାଇଛନ୍ତି। ଏହି ଗଛ ଅତି ବେଶିରେ ୧୫ ଫୁଟ୍‌ ବଢୁଛି। ବର୍ଷକୁ ତିନିଥରରେ ମୋଟ ୧୦୦ରୁ ୧୫୦ କେଜି ଆମ୍ବ ଫଳୁଛି। ପ୍ରତିଟି ଆମ୍ବ ୨୫୦ରୁ ୩୦୦ ଗ୍ରାମ୍‌ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri