ଏଇ ଭାରତରେ

ପରିବେଶ ସୁରକ୍ଷା ଲାଗି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ (ଏସ୍‌ୟୁପି)ବନ୍ଦ ହେବା ପରେ ରିସାଇକ୍ଲିଂ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଜୁନାଗଡ଼ ଜିଲାପାଳ ରଚିତ ରାଜ। ଯେଉଁମାନେ ପ୍ଲାଷ୍ଟିକ ବର୍ଜ୍ୟ ଦେବେ ସେମାନଙ୍କୁ ସେ ମାଗଣା ଭୋଜନ ଦେବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଜୁନାଗଡ଼ ସିଟି ହସ୍ପିଟାଲର ପୁରୁଣା କ୍ୟାମ୍ପସରେ ‘ପ୍ରାକୃତିକ ପ୍ଲାଷ୍ଟିକ କେଫ୍‌’ ଖୋଲାଯାଇଛି। ସେଠାରେ ୫୦୦ ଗ୍ରାମ୍‌ ପ୍ଲାଷ୍ଟିକ ବର୍ଜ୍ୟ ଜମା କଲେ ୧ ଗ୍ଲାସ୍‌ ଲେମ୍ବୁ ସର୍ବତ, ଏକ କେ.ଜି. ଜମା କଲେ ୧ ପ୍ଲେଟ୍‌ ଢୋକ୍‌ଲା କିମ୍ବା ୧ ପ୍ଲେଟ୍‌ ପୋହା ମିଳୁଛି। ଯିଏ ଯେତେ ପରିମାଣର ବର୍ଜ୍ୟ ଦେବେ ସେମାନଙ୍କୁ ସେତେ ଅଧିକ ଖାଦ୍ୟ ଦେବାର ବ୍ୟବସ୍ଥା ରହିଛି। ବଡ଼ କଥା ହେଉଛି ଏହି କେଫ୍‌ ଜୁମାଟୋ ଓ ସ୍ବିଗି ସହ ମଧ୍ୟ କାମ କରୁଛି। ଯିଏ ଚାହିଁବେ ଘରେ ବସି ମଧ୍ୟ ଏହି ଅଫରର ଲାଭ ନେଇପାରିବେ। କେଫ୍‌କୁ ‘ସର୍ବୋଦୟ ସଖୀ ମଣ୍ଡଳ’ର ମହିଳାମାନେ ପରିଚାଳନା କରୁଛନ୍ତି। କେଫ୍‌ରେ ଜମା ହେଉଥିବା ପ୍ଲାଷ୍ଟିକ୍‌କୁ ନିୟମିତ ରିସାଇକ୍ଲିଂ କମ୍ପାନୀକୁ ପଠାଯାଉଛି। ମାତ୍ର ୮ଦିନରେ ଏହା ୧୯୦ କେ.ଜି. ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିପାରିଛି୦।