ଏଇ ଭାରତରେ

ଶିକ୍ଷକ, ଅଭିଭାବକ ଓ ଛାତ୍ର, ଏହି ତିନୋଟି ସ୍ତମ୍ଭ ଉପରେ ଶିକ୍ଷା ମଜଭୁତ ହୋଇପାରିବ ବୋଲି ଯେଉଁ ଧାରଣା ରହିଛି, ତାହା ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ରର ଶିକ୍ଷକ ରଣଜିତ୍‌ସିଂ ଦିଶାଲେ। ବ୍ୟକ୍ତିଗତ କାରଣରୁ ଇଞ୍ଜିନିୟରିଂ ଶିକ୍ଷା ଛାଡ଼ି ଘରକୁ ଫେରିବା ପରେ ବାପାଙ୍କ ପ୍ରେରଣାରେ ସେ ଟିଚର୍ସ ଟ୍ରେନିଂ କଲେଜରେ ଯୋଗ ଦେଇଥିଲେ। ପରେ ସେଠାରୁ ଉତ୍ତୀର୍ଣ୍ଣ ହୋଇ ସୋଲାପୁରର ପରିତଓ୍ବୋଡି ଗାଁର ଜିଲା ପରିଷଦ ପ୍ରାଇମେରୀ ସ୍କୁଲରେ ଯୋଗ ଦେଇଥିଲେ। ସେଠାରେ ସ୍କୁଲ୍‌ରେ ପିଲାସଂଖ୍ୟା ବଢ଼ାଇବା ଲାଗି ସେ ଗାଁର ଘରଘର ବୁଲି ଅଭିଭାବକଙ୍କୁ ସଚେତନ କରି, ଲାପ୍‌ଟପ୍‌ରେ ୟୁଟ୍ୟୁବ୍‌ ଓ ଭିଡିଓ ଦେଖାଇ ପିଲାମାନଙ୍କୁ ସ୍କୁଲ୍‌କୁ ଆଣିବାକୁ ସକ୍ଷମ ହୋଇଥିଲେ। ପରେ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେ ‘ଆର୍ଲାମ ଅନ୍‌ , ଟିଭି ଅଫ୍‌’ ଅଭିଯାନ ଆରମ୍ଭ କରିଛନ୍ତି , ଯେଉଁଥିରେ ସ୍କୁଲରେ ଏକ ଆର୍ଲାମ ଲଗାଇଛନ୍ତି। ଏହା ସଂଧ୍ୟା ୭ଟାରେ ଅଭିଭାବକମାନଙ୍କୁ ପିଲାମାନଙ୍କ ଟାସ୍କ ଉପରେ ଧ୍ୟାନ ଦେବା ଲାଗି ସତର୍କ କରୁଛି। ପ୍ରତିଦିନ ଅପରାହ୍ନରେ ଅଭିଭାବକମାନଙ୍କୁ ସେହି ଦିନର ପଢା ସମ୍ପର୍କରେ ଦିଶାଲେ ମଧ୍ୟ ମେସେଜ୍‌ ଦେଇ ଅବଗତ କରୁଛନ୍ତି। ପଢ଼ାବହିରେ କ୍ୟୁଆର କୋଡ୍‌ ସନ୍ନିବେଶିତ କରି ୩୦୦ ପିଲାଙ୍କୁ ସମାନ ପଦ୍ଧତି ଆପଣାଇବାକୁ ସାହାଯ୍ୟ କରିପାରିଛନ୍ତି। ସେ ପିଲାମାନଙ୍କ ପାଇଁ ୨୭ କ୍ୟୁଆର୍‌ କୋଡ୍‌ ସୃଷ୍ଟି କରିଥିଲେ, ଯାହା ମହାମାରୀ ସମୟରେ ପିଲାମାନଙ୍କୁ ପଢ଼ିବାରେ ସହାୟକ ହୋଇଥିଲା। ତାଙ୍କର ଏହି ପଦ୍ଧତିକୁ ମହାରାଷ୍ଟ୍ର ସରକାର ଲାଗୁ କରିବାକୁ ଯୋଜନା କରିଛନ୍ତି। ଦିଶାଲେ ୨୦୨୦ରେ ଗ୍ଲୋବାଲ୍‌ ଟିଚର ପ୍ରାଇଜ୍‌ ଅନ୍ୟ ଶିକ୍ଷକଙ୍କ ସହ ଲାଭ କରିଥିଲେ। ତେବେ ସେହି ରାଶିରୁ ସେ ୧୬ ଲକ୍ଷ ଟଙ୍କା ପିଲାଙ୍କ ପାଠପଢ଼ା ଲାଗି ଖର୍ଚ୍ଚ କରିଛନ୍ତି। ୧୦ ଜଣ ଝିଅଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ମେଧାବୃତ୍ତି ପ୍ରଦାନ କରୁଛନ୍ତି। ଏହା ବ୍ୟତୀତ ବିଭିନ୍ନ ଦେଶରେ ଯୁଦ୍ଧ ଅଞ୍ଚଳରେ ରହୁଥିବା ପିଲାଙ୍କୁ ଯୋଡ଼ିବା ଲାଗି ଆରମ୍ଭ କରିଥିବା ‘ଲେଟ୍ସ କ୍ରସ୍‌ ବଡର୍ସ ପ୍ରୋଜେକ୍ଟ’ରେ ଆଉ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri