ଏଇ ଭାରତରେ

ଇଞ୍ଜିନିୟରିଂ ପଢ଼ିବା ସହ ପରିବେଶ ସୁରକ୍ଷାରେ ଲାଗିଛନ୍ତି ମଧ୍ୟପ୍ରଦେଶର ବିଶାଲ ଶ୍ରୀବାସ୍ତବ। ସେ ଦ୍ୱିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ୨୦୧୯ରେ ‘ପ୍ରୟାସ’ ଏନ୍‌ଜିଓର ଏକ ଟିମ୍‌ ସହ ଗ୍ବାଲିୟରର ମରୁଡ଼ିପ୍ରବଣ ଅଞ୍ଚଳକୁ ଯାଇ ସେଠାରେ ଲୋକଙ୍କ ଦୁର୍ଦ୍ଦଶା ଦେଖି ବୃକ୍ଷରୋପଣ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ସ୍ଥିର କରିଥିଲେ। ସେବେଠାରୁ ସେ ଗଛ ଲଗାଇବା ଓ ପାଣି ଟାଙ୍କି ଲାଗି ଅର୍ଥ ସଂଗ୍ରହ କରିବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେ ମଧ୍ୟ ତିନିବର୍ଷ ମଧ୍ୟରେ ୩ ଲକ୍ଷ ଗଛ ଲଗାଇ ସାରିଲେଣି । ଜବଲପୁର, ଗ୍ବାଲିୟର ଏବଂ କାନ୍ତିରେ ଏହି ସବୁ ଗଛ ଲଗାଇବା ପରେ ଏବେ ଛତ୍ରପୁରରେ ୧ ଲକ୍ଷ ଗଛ ଲଗାଇବା ପାଇଁ ଯୋଜନା କରିଛନ୍ତି। ବିଶାଲ ବର୍ତ୍ତମାନ ଇଞ୍ଜିନିୟରିଂର ଶେଷ ବର୍ଷ ଛାତ୍ର। ତାଙ୍କର ଏଭଳି ପ୍ରେରଣାଦାୟକ କାର୍ଯ୍ୟ ଲାଗି ତାଙ୍କୁ ବହୁ କମ୍ପାନୀ ଚାକିରି ଅଫର୍‌ ଦେଇସାରିଲେଣି। ସେ ଏବେ ମହାରାଷ୍ଟ୍ରର ମରାଠାଓ୍ବାଡା ଏବଂ ଔରଙ୍ଗାବାଦରେ ‘ପ୍ରୟାସ’ ସହାୟତାରେ ତାଙ୍କ ବୃକ୍ଷରୋପଣ କାର୍ଯ୍ୟ ଚାଲୁରଖିଛନ୍ତି। ସେ ମିୟାଓ୍ବାକି ପଦ୍ଧତିରେ ବୃକ୍ଷରୋପଣ କରୁଛନ୍ତି, ଯେଉଁଥିରେ କମ୍‌ ସମୟରେ ସୁନ୍ଦର ହେବ ବୋଲି କହିଛନ୍ତି । କଲେଜରେ ବିଶାଲ ଏକ ଗ୍ରୁପ ଗଠନ କରିଛନ୍ତି ଯେଉଁଥିରେ ସେମାନେ ଅର୍ଥ ଯୋଗାଡ଼ କରି କୃଷକମାନଙ୍କୁ ସାହାଯ୍ୟ କରୁଛନ୍ତି। ୨୩ ବର୍ଷୀୟ ବିଶାଲ ଏହି କାର୍ଯ୍ୟରେ ସୀମିତ ନ ରହି ସେ ଗୁଆହାଟୀର ‘ଅକ୍‌ଶାର’ସଂସ୍ଥା ସାହାଯ୍ୟରେ ମଧ୍ୟପ୍ରଦେଶର ୧୦୦ଟି ସ୍କୁଲକୁ ଡିଜିଟାଇଜ କରିବାକୁ ବାହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri