ଏଇ ଭାରତରେ

ପରିବେଶ, ଆର୍ଥିକ ବିକାଶ ଓ ପାନୀୟ ଜଳ ପାଇଁ ଏକ ଝରଣା ସଫେଇ ପରମ୍ପରା ଦେଖିବାକୁ ମିଳେ କଶ୍ମୀରର ପଞ୍ଜାଥ ଗାଁରେ। ଏହି ଗାଁରେ ଥିବା ପଞ୍ଜାଥ ନାଗ ନାମକ ଏକ ଝରଣାକୁ ପ୍ରତିବର୍ଷ ସଫା କରାଯିବା ପରମ୍ପରା ବହୁ ଶତାବ୍ଦୀ ଧରି ପ୍ରଚଳିତ। ପଞ୍ଚାଥ କହିଲେ ୫୦୦ । ଏହି ଗାଁରେ ୫୦୦ ଝରଣା ରହିଥିଲା ବୋଲି ଗାଁ ଲୋକେ ବିଶ୍ୱାସ କରନ୍ତି ଓ ସେଥିପାଇଁ ଜଳାଶୟର ଏଭଳି ନାମ ରଖିଛନ୍ତି। ମେ ମାସ ଦ୍ୱିତୀୟ ସପ୍ତାହକୁ ଉତ୍ସବ ମନାଇବା ଓ ପରିବେଶ ସୁରକ୍ଷା କରିବାର ପ୍ରକୃଷ୍ଟ ସମୟ ବୋଲି ସେଠାକାର ଲୋକମାନେ ବିଚାର କରି ଏଭଳି ସଫେଇ କରିଥାଆନ୍ତି। ଜଳସେଚନ ପାଇଁ ମଧ୍ୟ ଏହି ଝରଣା ଉପରେ ସେଠାକାର ଗାଁଗୁଡ଼ିକ ନିର୍ଭର କରୁଥିବାରୁ ଏହା ସେମାନଙ୍କ ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ନିଏ। କେବଳ ଏତିକି ନୁହେଁ ୨୦ଟି ଗାଁର ଲୋକମାନେ ପାନୀୟ ଜଳ ପାଇଁ ଏହା ଉପରେ ନିର୍ଭର କରିଥାଆନ୍ତି। ଝରଣା ସଫେଇ ଉତ୍ସବରେ ପୁରୁଷ, ମହିଳା ଏବଂ ପିଲାମାନେ ଭାଗ ନେଇଥାଅନ୍ତି ଓ ଝରଣାରୁ ଦଳ, ଘାସ ଓ ପଙ୍କ ସଫା କରି ଜଳ ପ୍ରବାହକୁ ସୁଗମ କରନ୍ତି। ତେବେ ସେହି ଗାଁର ବୟୋବୃଦ୍ଧମାନେ ଉତ୍ସବରେ ଭାଗ ନେବାକୁ ଅକ୍ଷମ ହେଲେ ମଧ୍ୟ ସେମାନେ ନିଶ୍ଚିତ ଭାବେ ସଫେଇ ସମୟରେ ଉପସ୍ଥିତ ରହିବାର ପରମ୍ପରା ଚଳିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri