ଏଇ ଭାରତରେ

ପରିବା ଦୋକାନୀମାନେ ଆଉ କ୍ଷତି ସହିବେନି, କାରଣ କର୍ନାଟକର ମହୀଶୂର ବିଦ୍ୟାବର୍ଦ୍ଧକ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ନିର୍ମାଣ କରିଛନ୍ତି ଏକ ରେଫ୍ରିଜରେଟର। ଏହା ସୌରଶକ୍ତିରେ ଚାଲୁଛି। ଏଥିରେ ଚକ ଲଗାଯାଇଛି ଓ ଜଣେ ପ୍ୟାଡେଲ ମାରି ଏହାକୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନେଇପାରୁଛନ୍ତିି। ଟିମ୍‌ ଲିଡର ନବୀନ ଏଚ୍‌ଭି ଏବଂ ତାଙ୍କ ବ୍ୟାଚ୍‌ମେଟ ଶୁଭମ୍‌ ସୈନ, ସୁପ୍ରୀତ୍‌ ଏସ୍‌ ଏବଂ ବିବେକ ଚନ୍ଦ୍ରଶେଖର ଏହି ରେଫ୍ରିଜରେଟର ବିକାଶ କରିଛନ୍ତିି। ଏହାର ନାମ ରଖାଯାଇଛି ସୋଲାର କାର୍ଟ। ଏଥିରେ ୦ରୁ ୧୦ ଡିଗ୍ରୀ ତାପମାତ୍ରା ସେଟ୍‌ କରାଯାଇଛି। ସୋଲାର କାର୍ଟରେ ଖର୍ଚ୍ଚ ହୋଇଛି ପାଖାପାଖି ୫୨,୦୦୦ ଟଙ୍କା। ଏବେ ବଜାରରେ ଉପଲବ୍ଧ କୁଲିଂ କାର୍ଟର ଅଧା ଦାମ୍‌ରେ ଏହା ସମ୍ଭବ ହୋଇଛି ବୋଲି କହନ୍ତି ମେକାନିକାଲ ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରାଧ୍ୟାପକ ଏନ୍‌ପି ମୁଥୁରାଜ। ଏହି ସୋଲାର କାର୍ଟରେ ପରିବା ୭ରୁ ୧୦ ଦିନ ଯାଏ ସତେଜ ରହୁଛି। ଏହାକୁ କିଭଳି ଅଧିକ ଶସ୍ତାରେ କୃଷକମାନେ ପାଇପାରିବେ, ସେଥିଲାଗି ପ୍ରୟାସ କରାଯାଉଛି ବୋଲି କହନ୍ତି ନବୀନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri