Posted inଜାତୀୟ

ମୃତ୍ୟୁ ଅସ୍ବାଭାବିକ ନୁହେଁ

କୋଲକାତା, ୨ା୬: ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନଥ ଓରଫ୍‌ କେକେଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଦକ୍ଷିଣ କୋଲକାତାର ନଜରୁଲ୍‌ ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରିଥିବାବେଳେ ସେଠାରେ ତାଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ଆସିଛି। ଏଥିସହ କେକେଙ୍କ ମୁଣ୍ଡରେ ଆଘାତ ଲାଗିଥିବା ନେଇ ପ୍ରଥମେ ଜଣାପଡ଼ିବା ପରେ କୋଲାକାତାର ନ୍ୟୁ ମାର୍କେଟ ଥାନାରେ ଏହାକୁ ଅସ୍ବାଭାବିକ ମୃତ୍ୟୁ ଦର୍ଶାଯାଇ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ତେବେ ବୁଧବାର ଅପରାହ୍ନରେ ଆସିଥିବା ପୋଷ୍ଟମଟର୍ମ ପ୍ରାଥମିକ ରିପୋର୍ଟରେ ତାହା ଅସ୍ବାଭାବିକ ମୃତ୍ୟୁ ନୁହେଁ ବୋଲି ଦର୍ଶାଯାଇଥିବା ଜଣାପଡ଼ିଛି। କେକେଙ୍କୁ ହୃଦ୍‌ଘାତ ହୋଇଥିବା ଏବଂ ଯକୃତ ଓ ଫୁସ୍‌ଫୁସ୍‌ଜନିତ ରୋଗରେ ପୀଡ଼ିତ ଥିଲେ ବୋଲି ଏଥିରେ କୁହାଯାଇଛି। ଅପରପକ୍ଷେ କେକେଙ୍କ ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କୋଲାକାତା ପ୍ରଶାସନ କାର୍ଯ୍ୟକ୍ରମ ଆୟୋଜନ ସ୍ଥଳୀରେ ଉଚିତ ବ୍ୟବସ୍ଥା କରି ନ ଥିବାରୁ ଜଣେ କଳାକାରଙ୍କ ଜୀବନ ଚାଲିଗଲା ବୋଲି ଭାଜପା ଉପାଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି।

ପରେ କେକେଙ୍କ ମରଶରୀର କୋଲକାତା ବିମାନବନ୍ଦରକୁ ଅଣାଯାଇଥିଲା। ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏୟାରପୋର୍ଟରେ କେକେଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୋପ ସଲାମି ପ୍ରଦାନ କରାଯାଇଥିଲା। ରବୀନ୍ଦ୍ର ସଦନରେ ତାଙ୍କ ମରଶରୀର ରଖାଯାଇଛି। ସେଠାରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ କେକେଙ୍କ ପାର୍ଥିବ ଶରୀର ମୁମ୍ବାଇକୁ ନିଆଯିବ। ଗୁରୁବାର ମୁମ୍ବାଇରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ କନସର୍ଟରେ କେକେଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇ ନ ଥିଲା ବୋଲି ଅଭିଯୋଗ ଆସିଛି। ନର୍ଜୁଲ ମଞ୍ଚରେ ସର୍ବାଧିକ ୩,୦୦୦ ଲୋକ ଏକାଠି ହେବାର କ୍ଷମତା ଥିବାବେଳେ କେକେଙ୍କ ପ୍ରଦର୍ଶନ ବେଳେ ସେଠାରେ ପ୍ରାୟ ୬,୦୦୦ ଲୋକ ପହଞ୍ଚିଯାଇଥିଲେ। ଅତ୍ୟଧିକ ଭିଡ଼ ଯୋଗୁ ଏୟାର କଣ୍ଡିସନର ଠିକ୍‌ ଭାବେ କାର୍ଯ୍ୟ କରି ନ ଥିଲା। ବହୁତ ଗରମ ଲାଗୁଥିବା ନେଇ କେକେ ଅନ୍ୟମାନଙ୍କୁ କହିବା ସହ ବାରମ୍ବାର ଟାଓ୍ବଲରେ ମୁହଁ ପୋଛୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏଥିଯୋଗୁ ସେ ଅଣନିଶ୍ୱାସୀ ହୋଇଯାଇଥିବା କୁହାଯାଉଛି। ତେବେ ଏହା ହିଁ ତାଙ୍କ ମୃତ୍ୟୁର କାରଣ ବୋଲି କୁହାଯାଇପାରିବ ନାହିଁ ବୋଲି କୋଲକାତା ପୋଲିସ କହିଛି।

ଅଭିନେତା ଓମ୍‌ ପୁରିଙ୍କ ପୂର୍ବତନ ସ୍ତ୍ରୀ ନନ୍ଦିତା ପୁରି ମମତା ବାନାର୍ଜୀଙ୍କ ସରକାରକୁ ସମାଲୋଚନା କରିବା ସହ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସ ନେତା ତଥା ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ କେକେଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି। କେକେଙ୍କ ମୃତ୍ୟୁକୁ ନେଇ ରାଜନୀତି କରା ନ ଯାଉ ବୋଲି ଶାସକ ଟିଏମ୍‌ସି ନେତା ଦେବାଙ୍ଗଶୁ ଭଟ୍ଟାଚାର୍ଯ୍ୟ କହିଛନ୍ତି। ହୃଦ୍‌ଘାତ କାହାକୁ କେତେବେଳେ ଆସିବ ତାହା କହିହେବ ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର କୋଲକାତାରେ ସଙ୍ଗୀତ ପରିବେଷଣ ପରେ ଅସୁସ୍ଥ ଅନୁଭବ କରିବାରୁ କେକେଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri