Posted inଜାତୀୟ

ମୃତ୍ୟୁ ଅସ୍ବାଭାବିକ ନୁହେଁ

କୋଲକାତା, ୨ା୬: ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନଥ ଓରଫ୍‌ କେକେଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଦକ୍ଷିଣ କୋଲକାତାର ନଜରୁଲ୍‌ ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରିଥିବାବେଳେ ସେଠାରେ ତାଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ଆସିଛି। ଏଥିସହ କେକେଙ୍କ ମୁଣ୍ଡରେ ଆଘାତ ଲାଗିଥିବା ନେଇ ପ୍ରଥମେ ଜଣାପଡ଼ିବା ପରେ କୋଲାକାତାର ନ୍ୟୁ ମାର୍କେଟ ଥାନାରେ ଏହାକୁ ଅସ୍ବାଭାବିକ ମୃତ୍ୟୁ ଦର୍ଶାଯାଇ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ତେବେ ବୁଧବାର ଅପରାହ୍ନରେ ଆସିଥିବା ପୋଷ୍ଟମଟର୍ମ ପ୍ରାଥମିକ ରିପୋର୍ଟରେ ତାହା ଅସ୍ବାଭାବିକ ମୃତ୍ୟୁ ନୁହେଁ ବୋଲି ଦର୍ଶାଯାଇଥିବା ଜଣାପଡ଼ିଛି। କେକେଙ୍କୁ ହୃଦ୍‌ଘାତ ହୋଇଥିବା ଏବଂ ଯକୃତ ଓ ଫୁସ୍‌ଫୁସ୍‌ଜନିତ ରୋଗରେ ପୀଡ଼ିତ ଥିଲେ ବୋଲି ଏଥିରେ କୁହାଯାଇଛି। ଅପରପକ୍ଷେ କେକେଙ୍କ ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କୋଲାକାତା ପ୍ରଶାସନ କାର୍ଯ୍ୟକ୍ରମ ଆୟୋଜନ ସ୍ଥଳୀରେ ଉଚିତ ବ୍ୟବସ୍ଥା କରି ନ ଥିବାରୁ ଜଣେ କଳାକାରଙ୍କ ଜୀବନ ଚାଲିଗଲା ବୋଲି ଭାଜପା ଉପାଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି।

ପରେ କେକେଙ୍କ ମରଶରୀର କୋଲକାତା ବିମାନବନ୍ଦରକୁ ଅଣାଯାଇଥିଲା। ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏୟାରପୋର୍ଟରେ କେକେଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୋପ ସଲାମି ପ୍ରଦାନ କରାଯାଇଥିଲା। ରବୀନ୍ଦ୍ର ସଦନରେ ତାଙ୍କ ମରଶରୀର ରଖାଯାଇଛି। ସେଠାରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ କେକେଙ୍କ ପାର୍ଥିବ ଶରୀର ମୁମ୍ବାଇକୁ ନିଆଯିବ। ଗୁରୁବାର ମୁମ୍ବାଇରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ କନସର୍ଟରେ କେକେଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇ ନ ଥିଲା ବୋଲି ଅଭିଯୋଗ ଆସିଛି। ନର୍ଜୁଲ ମଞ୍ଚରେ ସର୍ବାଧିକ ୩,୦୦୦ ଲୋକ ଏକାଠି ହେବାର କ୍ଷମତା ଥିବାବେଳେ କେକେଙ୍କ ପ୍ରଦର୍ଶନ ବେଳେ ସେଠାରେ ପ୍ରାୟ ୬,୦୦୦ ଲୋକ ପହଞ୍ଚିଯାଇଥିଲେ। ଅତ୍ୟଧିକ ଭିଡ଼ ଯୋଗୁ ଏୟାର କଣ୍ଡିସନର ଠିକ୍‌ ଭାବେ କାର୍ଯ୍ୟ କରି ନ ଥିଲା। ବହୁତ ଗରମ ଲାଗୁଥିବା ନେଇ କେକେ ଅନ୍ୟମାନଙ୍କୁ କହିବା ସହ ବାରମ୍ବାର ଟାଓ୍ବଲରେ ମୁହଁ ପୋଛୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏଥିଯୋଗୁ ସେ ଅଣନିଶ୍ୱାସୀ ହୋଇଯାଇଥିବା କୁହାଯାଉଛି। ତେବେ ଏହା ହିଁ ତାଙ୍କ ମୃତ୍ୟୁର କାରଣ ବୋଲି କୁହାଯାଇପାରିବ ନାହିଁ ବୋଲି କୋଲକାତା ପୋଲିସ କହିଛି।

ଅଭିନେତା ଓମ୍‌ ପୁରିଙ୍କ ପୂର୍ବତନ ସ୍ତ୍ରୀ ନନ୍ଦିତା ପୁରି ମମତା ବାନାର୍ଜୀଙ୍କ ସରକାରକୁ ସମାଲୋଚନା କରିବା ସହ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସ ନେତା ତଥା ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ କେକେଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି। କେକେଙ୍କ ମୃତ୍ୟୁକୁ ନେଇ ରାଜନୀତି କରା ନ ଯାଉ ବୋଲି ଶାସକ ଟିଏମ୍‌ସି ନେତା ଦେବାଙ୍ଗଶୁ ଭଟ୍ଟାଚାର୍ଯ୍ୟ କହିଛନ୍ତି। ହୃଦ୍‌ଘାତ କାହାକୁ କେତେବେଳେ ଆସିବ ତାହା କହିହେବ ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର କୋଲକାତାରେ ସଙ୍ଗୀତ ପରିବେଷଣ ପରେ ଅସୁସ୍ଥ ଅନୁଭବ କରିବାରୁ କେକେଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri