ଏଇ ଭାରତରେ

ଅବସର ପରେ ବିଶ୍ରାମ ନୁହେଁ ସେବାକୁ ନିଜ ମନ୍ତ୍ର କରିଛନ୍ତି ଡ. ଲୀଲା ଜୋଷୀ। ତାଙ୍କୁ ବର୍ତ୍ତମାନ ବୟସ ୮୨। ରହୁଛନ୍ତି ମଧ୍ୟ୍ୟପ୍ରଦେଶର ରତଲାମରେ। ସେଠାକାର ଆଦିବାସୀ ମହିଳା ଓ ପିଲାମାନଙ୍କ ସେବାରେ ପାଖାପାଖି ୨୩ ବର୍ଷ ହେବ ନିଜକୁ ଉତ୍ସର୍ଗ କରିଛନ୍ତି। ଲୀଲା ରେଲଓ୍ବେରେ ଚିଫ୍‌ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରି ୧୯୯୭ରେ ଅବସର ନେଇ ଆଦିବାସୀ ପିଲା ଓ ମହିଳା ବିଶେଷ କରି ଗର୍ଭବତୀଙ୍କ ଅପପୁଷ୍ଟି ଏବଂ ରକ୍ତହୀନତା ସମସ୍ୟା ଦୂର କରିବାରେ ଲାଗିଛନ୍ତି। ଡ. ଜୋଷୀ ଶ୍ରୀ ସଓ୍ବୋ ସଂସ୍ଥା (ଏସ୍‌ଏସ୍‌ଏସ୍‌) ନାମକ ଏନ୍‌ଜିଓ ଗଠନ କରି ଜିଲାରେ ମାତୃମୃତ୍ୟୁ ହାର ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି। ଦୁଇ ଦଶନ୍ଧି ମଧ୍ୟରେ ୩.୫ ଲକ୍ଷ ପିଲା ଓ ଲକ୍ଷାଧିକ ମହିଳାଙ୍କୁ ସେ ସେବା ଯୋଗାଇ ଦେଇଛନ୍ତି। ଏଥିପାଇଁ ସେ ରତଲାମର ମଦର ଟେରସା ଭାବେ ଜଣାଶୁଣା। ସରକାରୀ ହସ୍ପିଟାଲ, ସ୍ବାସ୍ଥ୍ୟସେବା ବିଭାଗ, ସ୍ବୟଂସହାୟିକା ଗୋଷ୍ଠୀ, ଅଙ୍ଗନଓ୍ବାଡି ଓ ଆଶା କର୍ମୀମାନଙ୍କ ସହଯୋଗରେ ସେବା ଲାଗି ଲୋକବଳ ଓ ଓ୍ୟଷଧ ଯୋଗାଡ କରୁଛନ୍ତି। ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଓ ଶିଶୁମାନଙ୍କ ପାଇଁ ମାଗଣାରେ ମାସକୁ ୨ ଥର ହେଲ୍‌ଥ କ୍ୟାମ୍ପ୍‌ ଆୟୋଜନ କରୁଛନ୍ତି। ଏନ୍‌ଜିଓ ମାଧ୍ୟମରେ ପାଉଡର ପୌଷ୍ଟିକ ଆହାର ବଣ୍ଟନ କରୁଛନ୍ତି। ବିଭିନ୍ନ ଉତ୍ସରୁ ପ୍ରାପ୍ତ ଅନୁଦାନରେ ଏହି ସେବା ଚାଲିଛି ବୋଲି ଡ. ଜୋଷୀ କହନ୍ତି। ଡ. ଜୋଷୀଙ୍କ ଜନ୍ମ ଉତ୍ତରାଖଣ୍ଡରେ। ତାଙ୍କ ପିତା ରେଲଓ୍ବେରେ ଚାକିରି କରିଥିଲେ। ମେଡିକାଲ ଶିକ୍ଷା ଶେଷ କରି ସେ ରେଲଓ୍ବେ ହେଲ୍‌ଥ ସର୍ଭିସରେ ଯୋଗ ଦେଇ ୧୯୯୭ରେ ଅବସର ନେଇଥିଲେ। ଏହାର ବର୍ଷେ ପୂର୍ବରୁ ମଦର ଟେରେସାଙ୍କ ସହ ଜୋଷୀଙ୍କ ସାକ୍ଷାତ ହେବା ପରେ ତାଙ୍କ ପରାମର୍ଶରେ ରତଲାମରେ ସେ ଆଦିବାସୀଙ୍କ ସେବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri