ଏଇ ଭାରତରେ

ଏମିତି ଏକ ବଏଲର ଯେଉଁଥିରେ ୫ଭାଗରୁ ଭାଗେ ଜାଳେଣି କାଠରେ ସବୁ କିଛି ହୋଇପାରୁଛି। ରାଜସ୍ଥାନ ଆଲ୍‌ଓ୍ବାରର ସୁଭାଷ ଝାଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି। ଏହି ବଏଲର ଆବିଷ୍କାର କରିବା ପୂର୍ବରୁ ସେ ତାଙ୍କ ଗାଁକୁ ଆଲୋକିତ କରିବା ଲାଗି ଡିସି ଥର୍ମାଲ ପାଓ୍ବାର ପ୍ଲାଣ୍ଟ ମଧ୍ୟ ଆବିଷ୍କାର କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯେଉଁଦିନ ଆତତାୟୀଙ୍କ ଗୁଳିରେ ନିହତ ହୋଇଥିଲେ, ଠିକ୍‌ ସେହିଦିନ ସୁଭାଷ ଗାଁକୁ ଆଲୋକିତ କରି ପାରିଥିଲେ ମାତ୍ର ୧୩ ବର୍ଷ ବୟସରେ। ଅଧାରୁ ପାଠ ଛାଡ଼ି ସୁଭାଷ ଏହିସବୁ କାର୍ଯ୍ୟରେ ସମୟ ଦେଇଚାଲିଛନ୍ତି। ଜେନିୟୁସ୍‌ ଏନର୍ଜି କ୍ରିଟିକାଲ ଇନୋଭେଶନ ପ୍ରାଇଭେଟ୍‌ ଲିମିଟେଡ୍‌ ମାଧ୍ୟମରେ ସେ ଏହି କାର୍ଯ୍ୟ କରୁିଛନ୍ତି। ଏବେ ନିର୍ମାଣ କରିଥିବା ବଏଲର ଜାଳେଣି ଓ୍ବେଷ୍ଟକୁ ମଧ୍ୟ ବ୍ୟବହାର ଓ ରିସାଇକିଲଲିଂ କରିପାରୁଛି। ଯେଉଁଠି ୧୦୦କେଜି ଜାଳେଣି କାଠ ଆବଶ୍ୟକ, ସେଠାରେ ମାତ୍ର ୨୦ କେଜିରେ କାମ ହୋଇଯାଉଛି। ସୁଭାଷ ତାଙ୍କ କମ୍ପାନୀରେ ୨୦ ଜଣଙ୍କୁ ବି ନିଯୁକ୍ତି ଦେଇଛନ୍ତି।