ଏଇ ଭାରତରେ

ଶସ୍ୟ, ମୁଖ୍ୟତଃ ଧାନ ଓ ନଡ଼ା ଖୁଣ୍ଟା ପୋଡ଼ିରୁ ପରିବେଶ ପ୍ରଦୂଷିତ ହେଉଛିି। ପ୍ରତିବର୍ଷ ଏହି ସମସ୍ୟା ଦିଲ୍ଲୀ-ଏନ୍‌ସିଆର୍‌ ଶୀତଋତୁରେ ସାମ୍ନା କରିଆସୁଛି। ଏହା ଉପରେ ନ୍ୟାୟିକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ତେବେ ଖୁଣ୍ଟାର ପୁନଃ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି; ଯେଉଁଥିପାଇଁ ସେଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ଯେଉଁ କେତେଜଣ ପ୍ରୟାସ କରିଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର ଶୁଭମ୍‌ ସିଂ ଅନ୍ୟତମ। ଶୁଭମ୍‌ ପେସାରେ ଜଣେ ଇଞ୍ଜିନିୟର। ସେ ଏକ ମେଶିନ ଆବିଷ୍କାର କରିଛନ୍ତି; ଯେଉଁଥିରେ ଶସ୍ୟଖୁଣ୍ଟାରୁ ବିକଳ୍ପ କାଠ (କାଠ ସଦୃଶ ଦ୍ରବ୍ୟ) ପ୍ରସ୍ତୁତ କରୁଛନ୍ତି, ଯାହାର ଚାହିଦା ବଢ଼ିବାରେ ଲାଗିଛି। ଏହି କାଠକୁ ଘରେ ଜାଳେଣି ଭାବେ ବ୍ୟବହାର କରାଯାଉଛି। ଏହି ମେଶିନରେ ଖୁଣ୍ଟାରୁ କୃଷକମାନେ ଘରେ ମଧ୍ୟ ଜାଳେଣି ପ୍ରସ୍ତୁତ କରିପାରୁଛନ୍ତି। ଏହାର ବ୍ୟାପକ ଉତ୍ପାଦନ ହେଲେ ଗଛକଟା ହ୍ରାସ ପାଇବା ସହ ପ୍ରଦୂଷଣ ହ୍ରାସ ପାଇବ ବୋଲି କହନ୍ତି ଶୁଭମ୍‌। ସେ ‘କ୍ରାଷ୍ଟେ’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି କାର୍ଯ୍ୟ କରିବା ସହ କୃଷକମାନଙ୍କୁ ଅତିରିକ୍ତ ଆୟର ପନ୍ଥା ଯୋଗାଇ ଦେଉଛନ୍ତି ।