ଏଇ ଭାରତରେ

ପୂଜା ଫୁଲ ଘରେ ଘରେ ପହଞ୍ଚାଇ ବର୍ଷକୁ ୮ କୋଟି ଟଙ୍କାର କାରବାର କରୁଛନ୍ତି ଦୁଇ ଭଉଣୀ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରୁର ଯଶୋଦା ଏବଂ ରେହା କର୍ତ୍ତୁରି ଏହି କାର୍ଯ୍ୟ କରୁଛନ୍ତି। ଦୁଇ ଭଉଣୀ ହୁଭୁ (କର୍ନାଟକର ଫୁଲ) ଷ୍ଟାର୍ଟଅପ୍‌ ମାଧ୍ୟମରେ ସବ୍‌ସ୍କ୍ରିବ୍‌ଶନ୍‌ ମଡେଲରେ ଘରେ ଘରେ ଫୁଲ ଯୋଗାଇ ଦେଉଛନ୍ତି। ସେମାନେ ପଦ୍ମ, ଯଶ୍ମିନ୍‌, ଗେଣ୍ଡୁ, ଗୋଲାପ ସମେତ ବିଭିନ୍ନ ଫୁଲ ଦେଉଛନ୍ତି। ବେଙ୍ଗାଲୁରୁରେ ଜନ୍ମିତ ଏହି ଦୁଇ ଭଉଣୀ ବଢ଼ିଛନ୍ତି ଇଥିଓପିଆରେ। କାରଣ ସେଠାରେ ତାଙ୍କ ବାପା ରାମ କର୍ତ୍ତୁରିଙ୍କ ଗୋଲାପ ଫାର୍ମ ରହିଥିଲା। ଦୁଇ ଭଉଣୀ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରେ ଡିଗ୍ରୀ କରୁଥିବା ସମୟରେ ଯଶୋଦା ଏହି କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ। ପ୍ରଥମେ ସେମାନେ ୧୦ ଲକ୍ଷ ଟଙ୍କାରେ ହୁଭୁ ସଂସ୍ଥା ଆରମ୍ଭ କରିଥିଲେ। ଏବେ ସେମାନେ ବିଭିନ୍ନ ଫାର୍ମ ଓ କୃଷକଙ୍କଠାରୁ ଫୁଲ ସଂଗ୍ରହ କରିବା ସହ କର୍ନାଟକ, କେରଳ ଓ ତାମିଲନାଡୁର ୫୦ରୁ ଊର୍ଦ୍ଧ୍ୱ କୃଷକଙ୍କୁ ତାଙ୍କ ସଂସ୍ଥା ସହ ସାମିଲ କରିପାରିଛନ୍ତି। ଲୋକମାନେ କେବଳ ପୂଜା ପାଇଁ ଫୁଲ ନୁହେଁ ବରଂ ଅଟୋ, କାର୍‌, ଦୋକାନ, ଅଫିସ ଏବଂ ଚୁଟିରେ ଲଗାଇବା ଲାଗି ଫୁଲ ମଗାଉଛନ୍ତି। ୩ରୁ ୧୫ ଦିନ ଫୁଲ ସତେଜ ରହିବା ଭଳି ପ୍ୟାକିଂ କରାଯାଉଛି। ବେଙ୍ଗାଲୁରୁ, ହାଇଦ୍ରାବାଦ, ମାଡ୍ରାସ, ମହୀଶୂର, ପୁଣେ, ମୁମ୍ବାଇ, ଗୁରୁଗ୍ରାମ ଏବଂ ନୋଏଡା ଆଦି ସ୍ଥାନରୁ ସେମାନେ ମାସକୁ ଦେଢ଼ଲକ୍ଷରୁ ଅଧିକ ଅର୍ଡର ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri