ଏଇ ଭାରତରେ

ଜଣେ ଆଇଏଏସ୍‌ଙ୍କ ନେତୃତ୍ୱରେ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ଏକ ଆଦର୍ଶ ସ୍କୁଲ ଗଢିଛନ୍ତିି ତାମିଲନାଡୁରେ। ଚିକାବାଲାପୁର ଜିଲା ନନ୍ଦୀ ପାହାଡ ପାଦଦେଶରେ ଥିବା ଚିଗାଟେନାହାଲି ଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୨୦୦୬ରେ ପ୍ରତିଷ୍ଠା କରାଯାଇଥିଲା। ଏହା ଏବେ ଏକ ମଡେଲ ସ୍କୁଲ୍‌ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ସ୍କୁଲରେ ପିଲାମାନଙ୍କ ଆଖିତ୍ ପରୀକ୍ଷା କରାଯିବା ସହ ମାନସିକ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଉଛି। ଚିକାବାଲାପୁର ଜିଲା ପରିଷଦର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର ଫୌଜିୟା ତାରାନୁମ୍‌ଙ୍କ ସହ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିଲାଗି ସହଯୋଗ କରିଛନ୍ତି। ୨୦୧୫ ବ୍ୟାଚ୍‌ ଆଇଏଏସ ଫୌଜିୟା ଅଗଷ୍ଟ ୨୦୧୯ରେ ଚିକାବାଲାପୁରାରେ ନିଯୁକ୍ତିପାଇବା ପରେ ଏହି ପଦକ୍ଷେପ ନେଇଥିଲେ। ଏଥିପାଇଁ ସମସ୍ତେ ସେମାନଙ୍କ ଦରମାର କିଛି ଅଂଶ ଦାନ କରିଛନ୍ତି। ଅନ୍ୟମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ସରକାରୀ ଅଧିକାରୀ ଓ ଶିକ୍ଷକମାନେ ତାରାନୁମ୍‌ଙ୍କ ଟିମରେ ସକ୍ରିୟ ଭାବେ କାମ କରୁଛନ୍ତି। ଏହି ସ୍କୁଲ ବ୍ୟତୀତ ସେମାନେ ଆଉ ୩୮ଟି ସ୍କୁଲକୁ ମଡେଲ ସ୍କୁଲ୍‌ ଭାବେ ଗଢିବାକୁ ଯୋଜନା କରିଛନ୍ତି। ୫୦ଟି ଅଙ୍ଗନଓ୍ବାଡିକୁ ମଡେଲ ଅଙ୍ଗନଓ୍ବାଡି କରିବାର ଯୋଜନା ରଖାଯାଇଛି। ଶିକ୍ଷକମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇ ଛୋଟ ପିଲମାନଙ୍କ ମାନସିକ ଉନ୍ନତି ଆଣିବାରେ ସାହାଯ୍ୟ କରୁଛନ୍ତି। ଏମାନେ ଛୁଟିଦିନଗୁଡିକରେ ପିଲାମାନଙ୍କୁ ପଢ଼ାଉଛନ୍ତି। ଫୌଜିୟା ବହୁ ସମୟରେ ସ୍କୁଲ ପରିଦର୍ଶନରେ ଯାଉଛନ୍ତି।