ଏଇ ଭାରତରେ

ଜଳ ଅପଚୟ ରୋକିବାରେ ବେଙ୍ଗାଲୁରୁର ଲଳିିଥାମ୍ବା ବିଶ୍ୱନାଥିଆଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ଟି ସ୍କୁଲ, ବିବାହ ମଣ୍ଡପ ଓ ସମ୍ମିଳନୀ କକ୍ଷଗୁଡ଼ିକରେ ଏରେଟର ଲଗାଇ ୧୮ ଲକ୍ଷ ଲିଟର ପାଣି ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏହାକୁ ସେ ଟ୍ୟାପ୍‌ ଉପରେ ଲଗାଇ ପାଣି ଅପଚୟ ରୋକିପାରୁଛନ୍ତି। ଏହାଦ୍ୱାରା ପ୍ରତି ମିନିଟ୍‌ରେ ୧୦ ଲିଟର ପାଣି ବଞ୍ଚାଯାଇପାରୁଛି। ଏଥିପାଇଁ ସେ ୧୨,୦୦୦ ଟଙ୍କା ନିଜ ପକେଟରୁ ବ୍ୟୟ କରିଛନ୍ତି। ସେ କଠିନ ବର୍ଜ୍ୟ ପରିଚାଳନାଠାରୁ ଆରମ୍ଭ କରି ବହୁ ସାମାଜିକ କାର୍ଯ୍ୟକ୍ରମ ସହ ବିଦ୍ୟୁତ୍‌ ଓ ଓ୍ବାଟର ବୋର୍ଡ ସମ୍ପର୍କିତ ସମସ୍ୟାଗୁଡ଼ିକରେ ଜଡ଼ିତ ରହି ୧୩ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି। କେବଳ ଏତିକି ନୁହେଁ, ଲଳିଥାମ୍ବା ମଧ୍ୟ କ୍ରୋକେରି ବ୍ୟାଙ୍କ କରିଛନ୍ତି, ଯେଉଁଥିରେ ୨୦୦ ଚାଇନା ମାଟିପାତ୍ର ସହ ବିଭିନ୍ନ ରୋଷେଇ ସାମଗ୍ରୀ ରଖିଛନ୍ତି। ବିଭିନ୍ନ ଉତ୍ସବ ଲାଗି ଏହାକୁ ସେ ଲୋକମାନଙ୍କୁ ମାଗଣାରେ ଯୋଗାଇ ଦେଉଛନ୍ତି। ବର୍ଜ୍ୟମୁକ୍ତ ପରିବେଶ ପାଇଁ ସେ ଏହି ଅଭିଯାନ ଚଳାଇଛନ୍ତି।