ଏଇ ଭାରତରେ

ସେବା ହିଁ ପରମ ଧର୍ମ, ଏହା ଉପଲବ୍ଧି କରିଛନ୍ତି ଫରିଦାବାଦର ବୀଣା ଲାଲ୍‌। ସେ ୨୫ ବର୍ଷ ହେଲା ଅନାଥ ଓ ଦିବ୍ୟାଙ୍ଗ ପିଲାମାନଙ୍କର ସେବା କରିଆସୁଛନ୍ତି। ‘କର୍ମ ମାର୍ଗ’ ଏନ୍‌ଜିଓ ମାଧ୍ୟମରେ ସେ ଏହି ସେବା କରୁଛନ୍ତି। ବୀଣା ମୋଟ ୧୫୦୦ ପିଲାଙ୍କୁ ସାହାଯ୍ୟ କରିସାରିଛନ୍ତି। ୧୯୯୭ରେ ସେ ଚାକିରି ଛାଡ଼ି ଏକ ଛୋଟ ଘରେ କିଛି ଦିବ୍ୟାଙ୍ଗ ପିଲାଙ୍କୁ ନେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ସ୍ବପ୍ନ ଦେଖିଥିଲେ। ପରେ ଚାକିରିରୁ ଲବ୍ଧ ସଞ୍ଚିତ ଅର୍ଥରେ ୨୦୦୦ ମସିହାରେ ଫରିଦାବାଦ ନିକଟରେ ୨ ଏକର ଜାଗା କିଣି ପିଲାଙ୍କ ରହିବା ଲାଗି ସୁବିଧା କରିଥିଲେ। ଧୀରେ ଧୀରେ ତାଙ୍କ ସ୍ବପ୍ନ ପୂରଣ ହେବାରେ ଲାଗିଛି। ପିଲାମାନଙ୍କ ପଢ଼ା ଲାଗି ସବୁପ୍ରକାର ସୁବିଧା କରାଯାଇଛି କର୍ମ ମାର୍ଗର କ୍ୟାମ୍ପସରେ। ନିୟମିତ ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। କେବଳ ଏତିକି ନୁହେଁ, ଯେଉଁମାନେ ବାହାର ସ୍କୁଲରେ ପଢ଼ିବାକୁ ଚାହଁୁଛନ୍ତି ସେମାନଙ୍କୁ ମଧ୍ୟ ବୀଣା ସୁଯୋଗ ଦେଉଛନ୍ତି। ତାଙ୍କ ପାଖରେ ଶିକ୍ଷା ଲାଭ କରି ବହୁ ପିଲା ଆମତ୍ନିର୍ଭର ହୋଇପାରିଛନ୍ତି। ଏବେ ବୀଣାଙ୍କ ପାଖରେ ୬ରୁ ୧୮ ବର୍ଷ ବୟସ ମଧ୍ୟରେ ୫୪ ଝିଅପୁଅ ରହିଛନ୍ତି। ରେଲଓ୍ବ ଷ୍ଟେଶନ, ବସ୍‌ଷ୍ଟାଣ୍ଡରୁ ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟି ଦ୍ୱାରା ଉଦ୍ଧାର କରାଯାଉଥିତ୍ବା ପିଲାମାନଙ୍କୁ ସେ ରଖୁଛନ୍ତି। ବଡ଼ କଥା ହେଉଛି ବୀଣା ଜୈବିକ ଚାଷ କରି ପିିଲାମାନଙ୍କ ନିତିଦିନଆ ପରିବା ଓ ଅନ୍ୟ ଫଳମୂଳ ଆବଶ୍ୟକତା ପୂରଣ କରୁଛନ୍ତି। ଏହା ଦ୍ୱାରା ଖର୍ଚ୍ଚ କମ୍‌ ହେବା ସହ ପିଲାମାନେ ସୁସ୍ଥ ରହୁଛନ୍ତି ବୋଲି ବୀଣା କହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri