Posted inଜାତୀୟ

ବିରୋଧୀଙ୍କ ମୁଣ୍ଡରେ ‘ତେଲ’ ଅଠା

ନୂଆଦିଲ୍ଲୀ,୨୮ା୪ : ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି। ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରୁ ନ ଥିବାରୁ ଏହାର ମୂଲ୍ୟ ବଢ଼ିବାରେ ଲାଗିଛି ବୋଲି ସେ ପାଲଟା ଅଠା ବୋଳିବାକୁ ଉଦ୍ୟମ କରିଛନ୍ତି। ମୋଦି କୋଭିଡ୍‌ ସମୀକ୍ଷା ବୈଠକ ଡାକି ରାଜନୀତି କରିଥିବା ବିରୋଧୀ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିନ୍ଦା କରିଛନ୍ତି।
ବିରୋଧୀ ଶାସିତ ଅନେକ ରାଜ୍ୟରେ ଆକାଶଛୁଅଁା ତେଲ ଦରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଜାତୀୟ ସ୍ବାର୍ଥ ପାଇଁ ପେଟ୍ରୋଲ ଓ ଡିଜେଲ ଉପରୁ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ହ୍ରାସ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ସାଧାରଣ ଜନତା ଉପକୃତ ହେବେ। ତେଣୁ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟ ସମୟରେ ସଂଘୀୟ ସହଯୋଗିତା ଆଧାରରେ କାର୍ଯ୍ୟ କରନ୍ତୁ ବୋଲି ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ କୋଭିଡ୍‌ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ ବେଳେ ତେଲ ଦର ବୃଦ୍ଧି ପ୍ରସଙ୍ଗ ଉଠାଇବା ସହ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ଉପରେ ଦୋଷ ଲଦି ରାଜନୀତି କରିଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି।
ଦେଶରେ ଦୁଇ ସପ୍ତାହ ଧରି ବୃଦ୍ଧି ପାଉଥିବା କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ବୁଧବାର ମଧ୍ୟାହ୍ନ ୧୨ଟାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଭିଡିଓ କନ୍‌ଫରେନ୍ସ ଜରିଆରେ ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଡ଼ିହୋଇଥିଲେ। ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ଉଭୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ତେବେ କୋଭିଡ୍‌-୧୯ ସ୍ଥିତି ଉପରେ ଆଲୋଚନା ବାହାନାରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ଉପରେ ବର୍ଷିଥିଲେ। ମୋଦି କହିଥିଲେ, କେନ୍ଦ୍ର ସରକାର ଗତ ନଭେମ୍ବରରେ ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟଗୁଡ଼ିକୁ ଭାଟ୍‌ କମାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କେତେକ ରାଜ୍ୟ ଭାଟ୍‌ ହ୍ରାସ ନ କରି ନିଜ ଲୋକଙ୍କ ସହ ଅନ୍ୟାୟ କରୁଛନ୍ତି, ଯାହାକି ପଡ଼ୋଶୀ ରାଜ୍ୟଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଉଛି। ତେଲ ଦର ବଢ଼ିବା ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ପାଲଟିଛି। କେବଳ ଏତିକି ନୁହେଁ, ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇ ଅନେକ ଚ୍ୟାଚେଞ୍ଜ ସୃଷ୍ଟି ହୋଇଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସୃଷ୍ଟ ବୈଶ୍ୱିକ ସଙ୍କଟ ସମୟରେ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାକୁ ହେଲେ ସଂଘୀୟ ସହଯୋଗିତାକୁ ମଜଭୁତ କରିବାକୁ ପଡ଼ିବ। କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ବୟକୁ ସୁଦୃଢ଼ କରିବା ଆବଶ୍ୟକ। ଭାଜପା ଶାସିତ କର୍ନାଟକ ଓ ଗୁଜରାଟ ଭାଟ୍‌ ହ୍ରାସ କରି ଯଥାକ୍ରମେ ୫,୦୦୦ କୋଟି ଓ ୩୫୦୦-୪୦୦୦ କୋଟି ଟଙ୍କା କ୍ଷତି ସହିଛନ୍ତି। କିନ୍ତୁ ପଡ଼ୋଶୀ ରାଜ୍ୟଗୁଡ଼ିକ କମାଇନାହାନ୍ତି। ବିଶେଷକରି ବିରୋଧୀ ଶାସିତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ ଆଦୌ ହ୍ରାସ କରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଏଭଳି ଦୋଷାରୋପ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, କେନ୍ଦ୍ର ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୨୬,୫୦୦ କୋଟି ଟଙ୍କା ବକେୟା ଅଛି। କେନ୍ଦ୍ର ସରକାର ମହାରାଷ୍ଟ୍ର ସହ ବୈମାତୃକ ବ୍ୟବହାର କରୁଛନ୍ତି। ତେଲ ଦର ବୃଦ୍ଧି ପାଇଁ ମହାରାଷ୍ଟ୍ର ଦାୟୀ ନୁହେଁ। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମିଛ କଥା କହି ବିଭ୍ରାନ୍ତ କରିଛନ୍ତି। ସେ ତେଲ ଦର ବୃଦ୍ଧି ଉପରେ କହିବା ପାଇଁ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ସୁଯୋଗ ନ ଦେଇ ଏକତରଫା କହିଚାଲିଥିଲେ। ତେଣୁ ତାଙ୍କୁ ଜବାବ ଦେବା ସମ୍ଭବପର ହୋଇ ନ ଥିଲା। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଶାସିତ ସରକାର ଗତ ୩ ବର୍ଷରେ ରିହାତି ମୂଲ୍ୟରେ ତେଲ ଦେବାକୁ ଯାଇ ୧,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଏଆଇସିସି ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା ଏହି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୨୦୧୪ ମେ’ ୨୬ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ସମୟରେ କ୍ରୁଡ୍‌ ଅଏଲ୍‌ ବ୍ୟାରେଲ ପିଛା ୧୦୮ ଡଲାର ଥିଲା। କିନ୍ତୁ ପେଟ୍ରୋଲ ଓ ଡିଜେଲ ଲିଟର ଯଥାକ୍ରମେ ୭୧.୪୧ ଏବଂ ୫୫.୪୯ ଟଙ୍କା ଥିଲା। ଆଜି କ୍ରୁଡ୍‌ ଅଏଲ୍‌ ୧୦୦.୨୦ ଡଲାର ଥିବାବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଏବଂ ଡିଜେଲ ୯୬.୬୭ ଟଙ୍କାରେ ପହଞ୍ଚତ୍ଛି। ମୋଦି ପ୍ରଥମେ ଭାଜପା ସରକାର ତେଲରୁ ସଂଗ୍ରହ କରିଥିବା ୨୭,୦୦,୦୦୦ କୋଟି ଟଙ୍କା ଟିକସର ହିସାବ ଦିଅନ୍ତୁ। ଶିବସେନାର ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ କୋଭିଡ୍‌ ବୈଠକରେ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ମୋଦି ରାଜନୀତି କରିଥିବା କହିଛନ୍ତି। ଅନ୍ୟପକ୍ଷେ ଭାଜପା ଏହାକୁ ଖଣ୍ଡନ କରିବା ସହ ବିରୋଧୀ ଛଳନା କରୁଥିବା କହିଛି। ଭାଜପା ଶାସିତ ରାଜ୍ୟଗୁଡ଼ିକ ତୁଳନାରେ ବିରୋଧୀ ଶାସିତ ରାଜ୍ୟ ସରକାରମାନେ ପେଟ୍ରୋଲ, ଡିଜେଲରୁ ଦୁଇଗୁଣା ଆୟ କରୁଥିବା ଦଳର ମୁଖପାତ୍ର ସମ୍ବିତ ପାତ୍ର ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?