Posted inଜାତୀୟ

ବିରୋଧୀଙ୍କ ମୁଣ୍ଡରେ ‘ତେଲ’ ଅଠା

ନୂଆଦିଲ୍ଲୀ,୨୮ା୪ : ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି। ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରୁ ନ ଥିବାରୁ ଏହାର ମୂଲ୍ୟ ବଢ଼ିବାରେ ଲାଗିଛି ବୋଲି ସେ ପାଲଟା ଅଠା ବୋଳିବାକୁ ଉଦ୍ୟମ କରିଛନ୍ତି। ମୋଦି କୋଭିଡ୍‌ ସମୀକ୍ଷା ବୈଠକ ଡାକି ରାଜନୀତି କରିଥିବା ବିରୋଧୀ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିନ୍ଦା କରିଛନ୍ତି।
ବିରୋଧୀ ଶାସିତ ଅନେକ ରାଜ୍ୟରେ ଆକାଶଛୁଅଁା ତେଲ ଦରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଜାତୀୟ ସ୍ବାର୍ଥ ପାଇଁ ପେଟ୍ରୋଲ ଓ ଡିଜେଲ ଉପରୁ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ହ୍ରାସ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ସାଧାରଣ ଜନତା ଉପକୃତ ହେବେ। ତେଣୁ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟ ସମୟରେ ସଂଘୀୟ ସହଯୋଗିତା ଆଧାରରେ କାର୍ଯ୍ୟ କରନ୍ତୁ ବୋଲି ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ କୋଭିଡ୍‌ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ ବେଳେ ତେଲ ଦର ବୃଦ୍ଧି ପ୍ରସଙ୍ଗ ଉଠାଇବା ସହ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ଉପରେ ଦୋଷ ଲଦି ରାଜନୀତି କରିଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି।
ଦେଶରେ ଦୁଇ ସପ୍ତାହ ଧରି ବୃଦ୍ଧି ପାଉଥିବା କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ବୁଧବାର ମଧ୍ୟାହ୍ନ ୧୨ଟାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଭିଡିଓ କନ୍‌ଫରେନ୍ସ ଜରିଆରେ ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଡ଼ିହୋଇଥିଲେ। ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ଉଭୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ତେବେ କୋଭିଡ୍‌-୧୯ ସ୍ଥିତି ଉପରେ ଆଲୋଚନା ବାହାନାରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ଉପରେ ବର୍ଷିଥିଲେ। ମୋଦି କହିଥିଲେ, କେନ୍ଦ୍ର ସରକାର ଗତ ନଭେମ୍ବରରେ ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟଗୁଡ଼ିକୁ ଭାଟ୍‌ କମାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କେତେକ ରାଜ୍ୟ ଭାଟ୍‌ ହ୍ରାସ ନ କରି ନିଜ ଲୋକଙ୍କ ସହ ଅନ୍ୟାୟ କରୁଛନ୍ତି, ଯାହାକି ପଡ଼ୋଶୀ ରାଜ୍ୟଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଉଛି। ତେଲ ଦର ବଢ଼ିବା ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ପାଲଟିଛି। କେବଳ ଏତିକି ନୁହେଁ, ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇ ଅନେକ ଚ୍ୟାଚେଞ୍ଜ ସୃଷ୍ଟି ହୋଇଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସୃଷ୍ଟ ବୈଶ୍ୱିକ ସଙ୍କଟ ସମୟରେ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାକୁ ହେଲେ ସଂଘୀୟ ସହଯୋଗିତାକୁ ମଜଭୁତ କରିବାକୁ ପଡ଼ିବ। କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ବୟକୁ ସୁଦୃଢ଼ କରିବା ଆବଶ୍ୟକ। ଭାଜପା ଶାସିତ କର୍ନାଟକ ଓ ଗୁଜରାଟ ଭାଟ୍‌ ହ୍ରାସ କରି ଯଥାକ୍ରମେ ୫,୦୦୦ କୋଟି ଓ ୩୫୦୦-୪୦୦୦ କୋଟି ଟଙ୍କା କ୍ଷତି ସହିଛନ୍ତି। କିନ୍ତୁ ପଡ଼ୋଶୀ ରାଜ୍ୟଗୁଡ଼ିକ କମାଇନାହାନ୍ତି। ବିଶେଷକରି ବିରୋଧୀ ଶାସିତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ ଆଦୌ ହ୍ରାସ କରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଏଭଳି ଦୋଷାରୋପ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, କେନ୍ଦ୍ର ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୨୬,୫୦୦ କୋଟି ଟଙ୍କା ବକେୟା ଅଛି। କେନ୍ଦ୍ର ସରକାର ମହାରାଷ୍ଟ୍ର ସହ ବୈମାତୃକ ବ୍ୟବହାର କରୁଛନ୍ତି। ତେଲ ଦର ବୃଦ୍ଧି ପାଇଁ ମହାରାଷ୍ଟ୍ର ଦାୟୀ ନୁହେଁ। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମିଛ କଥା କହି ବିଭ୍ରାନ୍ତ କରିଛନ୍ତି। ସେ ତେଲ ଦର ବୃଦ୍ଧି ଉପରେ କହିବା ପାଇଁ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ସୁଯୋଗ ନ ଦେଇ ଏକତରଫା କହିଚାଲିଥିଲେ। ତେଣୁ ତାଙ୍କୁ ଜବାବ ଦେବା ସମ୍ଭବପର ହୋଇ ନ ଥିଲା। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଶାସିତ ସରକାର ଗତ ୩ ବର୍ଷରେ ରିହାତି ମୂଲ୍ୟରେ ତେଲ ଦେବାକୁ ଯାଇ ୧,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଏଆଇସିସି ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା ଏହି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୨୦୧୪ ମେ’ ୨୬ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ସମୟରେ କ୍ରୁଡ୍‌ ଅଏଲ୍‌ ବ୍ୟାରେଲ ପିଛା ୧୦୮ ଡଲାର ଥିଲା। କିନ୍ତୁ ପେଟ୍ରୋଲ ଓ ଡିଜେଲ ଲିଟର ଯଥାକ୍ରମେ ୭୧.୪୧ ଏବଂ ୫୫.୪୯ ଟଙ୍କା ଥିଲା। ଆଜି କ୍ରୁଡ୍‌ ଅଏଲ୍‌ ୧୦୦.୨୦ ଡଲାର ଥିବାବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଏବଂ ଡିଜେଲ ୯୬.୬୭ ଟଙ୍କାରେ ପହଞ୍ଚତ୍ଛି। ମୋଦି ପ୍ରଥମେ ଭାଜପା ସରକାର ତେଲରୁ ସଂଗ୍ରହ କରିଥିବା ୨୭,୦୦,୦୦୦ କୋଟି ଟଙ୍କା ଟିକସର ହିସାବ ଦିଅନ୍ତୁ। ଶିବସେନାର ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ କୋଭିଡ୍‌ ବୈଠକରେ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ମୋଦି ରାଜନୀତି କରିଥିବା କହିଛନ୍ତି। ଅନ୍ୟପକ୍ଷେ ଭାଜପା ଏହାକୁ ଖଣ୍ଡନ କରିବା ସହ ବିରୋଧୀ ଛଳନା କରୁଥିବା କହିଛି। ଭାଜପା ଶାସିତ ରାଜ୍ୟଗୁଡ଼ିକ ତୁଳନାରେ ବିରୋଧୀ ଶାସିତ ରାଜ୍ୟ ସରକାରମାନେ ପେଟ୍ରୋଲ, ଡିଜେଲରୁ ଦୁଇଗୁଣା ଆୟ କରୁଥିବା ଦଳର ମୁଖପାତ୍ର ସମ୍ବିତ ପାତ୍ର ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଦିଲ୍ଲୀରେ ମେଟ୍ରୋ ବନ୍ଦ ମାମଲା: CJI କହିଲେ ଲଞ୍ଚ୍‌ ପରେ ଦେଖିବା…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସୁରକ୍ଷା କାରଣରୁ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି। ଏହି ମାମଲା ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। SCBA…

ଏହି ଆପ୍‌ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପ୍ରଶସ୍ତ’ (PRASHAST) ଆପ୍‌ ମାଧ୍ୟମରେ ସ୍କୁଲ ପିଲାମାନଙ୍କଠାରେ ଶିକ୍ଷଣ ଅକ୍ଷମତା ଏବଂ ଦିବ୍ୟାଙ୍ଗତାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri